STORYMIRROR

Lunar Das

Romance Tragedy

4  

Lunar Das

Romance Tragedy

ପଦ ଛାପ

ପଦ ଛାପ

1 min
3


କେଜାଣି କାହିଁକି

କେଉଁ ସରାଗରେ ମୋ ପାଇଁ

କଞ୍ଚା ମାଟିର

ମହଲ ଟିଏ ଗଢ଼ି

ବର୍ଷା କୁ ଆବାହନ କରିଥିଲା

କେଉଁ ଅଭିପ୍ରାୟରେ..???


ସେଇଟା ତାହାର ଅଭ୍ୟାସ ଥିଲା ନା

ନିର୍ବୋଧତା,

ଅବୁଝା ରହିଗଲି ମୁଁ

ପ୍ରିତୀର ସରାଗରେ ।


ସ୍ତର ସ୍ତର ହୋଇ ଖସି ପଡ଼ୁଥିବା

କଞ୍ଚା ମାଟିର ଅତଡ଼ା ତଳେ

ସେ ନିଜେ ହିଁ

ପୋତି ହୋଇଗଲା ବେଳେ

ମୋ ଆଖି ତା' ଆଖିରେ

ମୁହୂର୍ତ୍ତକ ପାଇଁ ମିଶି ଯାଇଥିଲା ।


ମୋ ମନର ଗମ୍ଭିରୀ ଉହାଡ଼ରେ

ଅନେକ ପ୍ରଶ୍ନ ବାକିରହିଗଲା

ହେଲେ

ସବୁ ପ୍ରଶ୍ନର ଉତ୍ତର ନଥିଲା

କେବଳ ଅଭିସାର ବାକିପଡ଼ିଥିଲା ।


ଏକ ଅସଜଡ଼ା ମନର ଶୂନ୍ୟ ଆବେଗ

ଅସ୍ଥିରତା ବୋଧ ତଳେ ଭ୍ରମୁଥିବା

ଭଅଁରର ନା ବାକ୍ ଶକ୍ତି ଥାଏ ନା ବିଚାର

ଭଉଁରୀ ଘେରା ପଙ୍ଖ ତଳେ

ଉଡ଼ି ଉଡ଼ି ଖୋଜୁଥାଏ

ବେଠିକଣା ରାସ୍ତା ।


ତନ୍ନ ତନ୍ନ କରି ଖୋଜିଚାଲେ

କେଉଁ ଏକ ଅସହାୟ ଫୁଲକୁ

ଦଂଶନ କରି ତାକୁ ପକ୍ଷାଘାତ ରେ

ଛାଡ଼ି ଚାଲିଯିବା ନିଶାରେ

ତେବେବି,

ତା' କଞ୍ଚାମାଟିର ଅଗଣାରେ

ଫୁଲଗଛଟିଏ ପୋତି

ଫେରି ଆସିଥିଲି ସେଦିନ

ବାସ୍ ସେତିକି ମୋ ତୃପ୍ତି ଟିଏ ଥିଲା ।


ଦିନେ ପାହାନ୍ତିଆ ସକାଳେ

ମୋ କଳ୍ପନାରେ ତାହାର

ଚିତ୍ରଟିଏ ଆଙ୍କିଥିଲି,

ତା' କଞ୍ଚାମାଟିର ମହଲରେ

ମୋ ପାଦର ଛାପଟିଏ ଛାଡ଼ିଥିଲି ।


ଜାଣିଛି,

ସବୁକିଛି ଧୋଇହୋଇ ଯାଇଥିବ

ବର୍ଷାର ଅଜସ୍ର ଟୋପାରେ

ହେଲେ,

ମୋ ଫୁଲଗଛଟିଏ

ପ୍ଲାବନୀ ରେ ବି ବଞ୍ଚି ଯାଇଥିବ

ସେଇ ସ୍ମୃତିର ଅଗଣାରେ।।


Rate this content
Log in

Similar oriya poem from Romance