ସାୟରୀ ତୁମେ ମୋ ଓଠର ଧାରରେ
ସାୟରୀ ତୁମେ ମୋ ଓଠର ଧାରରେ
ସାୟରୀ ଟିଏ ମୋ ଓଠ ଧାରରେ
ଓଃ
ସେ ଆଖିର ସେଇ ଦୁଇବୁନ୍ଦା ଲୁହ
ଯାହା କାହା ଆଗେ କେବେ
ଝରି ପାରିନାହିଁ ।
ତମାମ୍ ଜୀବନର ହସ ତଳେ
କିଛି ଜିଦ୍ଦି ମୁହୂର୍ତ୍ତ
ଯାହା ଆଜି ପର୍ଯ୍ୟନ୍ତ କେବେ
ହଜି ପାରି ନାହିଁ ,
ଓଃ
ସେ ଆଖିର ସେଇ ଦୁଇବୁନ୍ଦା ଲୁହ
ଯାହା କାହା ଆଗେ କେବେ
ଝରି ପାରିନାହିଁ ।
ବେପର୍ବା ଜୀବନର ଧାରା
ଅନେକ କ୍ଷଣ ଭଙ୍ଗୁର ଆଶା
ଯୁକ୍ତି ଟିଏ ଭରି ଯାଇଛି ଆଦ୍ରତାରେ
ସେ ଅନେକ ଥର ଶୁଣିଛି
କେବଳ ତା' ପାଇଁ
କାହା ହୃଦୟର ଭାଷା
ନିବିଡ଼ ଅନୁରାଗ ତଳେ
ଦବି ଦବି ଯାଉଥିବା ସ୍ପନ୍ଦନ।
ସେ ସ୍ପନ୍ଦନ ର ପରିଭାଷା କୁ
କେତେଥର କାନ ପାରି ଶୁଣିଛି
ସେ ଚୁପଚାପ ଶବ୍ଦରେ
ଶୁଭିଛି କେବଳ ଟୋପାଏ ଖୁସି
କିଛି ସମୟ ବଞ୍ଚିବାର ବାହାନାରେ ,
ଓଃ
ସେ ଆଖିର ସେଇ ଦୁଇ ବୁନ୍ଦା ଲୁହ
ଯାହା କାହା ଆଗେ କେବେ
ଝରି ପାରିନାହିଁ ।
ସେ ମାପି ଚାଲିଛି
ଆଖିର ଲମ୍ବ , ପ୍ରସ୍ଥ ଆଉ ଗଭୀରତା କେତେ
ସେ ଦେଖିଛି
ଆଖିର ଗାଢ଼ତାରେ ଭରିଛି
କେତେ ଅନିଦ୍ରାର ରାତ୍ରୀ ,
ତା' ଖୋଲା ମନ ଦରଜାରେ ବି
ଆଜି ବନ୍ଧ ବାଡ଼ ଲାଗିଛି ,
ନୀଳ ଆକାଶରେ ଉଡ଼ୁଥିବା ପକ୍ଷୀ ଟିଏ
ଆଜି ଡେଣା କାଟି ବସିଛି ,
ଓଃ
ସେ ଆଖିର ସେଇ କେଇ ବୁନ୍ଦା ଲୁହ
ଯାହା କାହା ଆଗେ କେବେ
ଝରି ପାରେ ନାହିଁ।