STORYMIRROR

Lunar Das

Tragedy Others

4  

Lunar Das

Tragedy Others

ଦୁଇଟି ପାଦ

ଦୁଇଟି ପାଦ

1 min
7


ଯଦିବା ସେ ଜାଣିଥିଲା

ସମୟଟା ଆଜି ପ୍ରହେଳିକା

ଆକ୍ତା ମାକ୍ତା ର ନିଶ୍ୱାସ

ତେବେବି ଧିମା ଧିମା ପ୍ରଣୟର ସ୍ମୃତିରେ

ସମ୍ପର୍କ ଟିକୁ ଧରି କୁହୁଳା ନିଆଁରେ ଜଳୁଥିଲା।

ଦିନେ ପଚାରିଥିଲି,

ତୋର ଏ ଯିବା ଆସିବା

ମନର ଅଭିସନ୍ଧିରେ

ଏତେ ତଫାତ୍ କାହିଁକି ??

ସେ ଖାଲି ମୋତେ

ବଲ ବଲ ହୋଇ ଚାହିଁଲା

ବୋଧେ କୈଫିୟତ ଦେବାକୁ ଚାହୁଁନଥିଲା।

ରାସ୍ତା ମଝିରେ ଦୁଇଟା ପାଦ

ଗନ୍ତବ୍ୟସ୍ଥଳର ଅଜଣା ଠିକଣା

ହୃଦୟରେ ଶୁଭେ ବଇଁଶୀର ସ୍ୱର

ଆଖି ଆଗେ

ହର ହର ଶମ୍ଭୁ ଙ୍କର ଧୂନି

ଅଗଣିତ ଗଂଜେଇର ଧୂଆଁ

ଧୂମାୟିତ ତରଙ୍ଗାୟିତ ଶବ୍ଦ

ତାଙ୍କର ସୃଷ୍ଟି ରେ

ସକଳ ଅଭିଷ୍ଟ

 ସେହିଁ  ଯେ ସର୍ବାର୍ଥସାଧକ

ତେବେବି ନୀତି ସେ

ସନ୍ଧ୍ୟାରେ ଦୀପ ଟିଏ ଧରି

ବଂଶୀ ସ୍ଵନର ଅପେକ୍ଷା ରଖେ ।

ବଇଁଶୀର ଶବ୍ଦରେ

ନିମଗ୍ନ ଭବିଷ୍ୟତ ତା'ର

ଅଂଜ୍ଞାତ ପ୍ରେମର ମୂର୍ଚ୍ଛନା

ପ୍ରଶାନ୍ତିର ଭରା ଭରା ନିଶା

ଜୀବନରେ ଅନେକ ଅଙ୍କୁଶ

କିଏ ଜାଣେ ସମୟର ସମୟ ବା କେତେ ??

ତା' ଆତ୍ମାକୁ ହାଲ୍କା କରିବାର

ଅଭିଯାନ ଭିତରେ

ଗୁଞ୍ଜରିତ ଅନେକ ଆଘାତ

ଏ କ୍ଷତ ଭରୁଥିବା ବେଳେ

କୁହୁଳି ଉଠେ ଅନେକ ଧୂପବାସ୍ନା ।

ତନ୍ନ ତନ୍ନ କରି ନିଜକୁ

ଖୋଜିଲା ପରେ

ବୁଝିସାରିଛି ସେ,

ମହାନନ୍ଦରେ ହିଁ ଅଛି ଅମ୍ଳଜାନ ।

ବନ୍ଧନ ହିଁ ଆଶ୍ରିତ ଆଶକ୍ତିର

ପ୍ରଗଳ୍ଭଭାର ନଦୀରେ ଢେର୍ ବନ୍ୟା

ଏ ବନ୍ୟା ଦୀର୍ଘ ସମୟର

କୁଆଁ ତାରା ଲିଭିଗଲା ବେଳେ

ଦିନେ ହାତ ଠାରି ଡାକିଥିଲା ଦିନେ

କ୍ଷଣେ ରହିଯା,

ମୁଁ ମନଭରି ଦେଖିଦିଏ ଥରେ

କାଳେ ପୁଣିଥରେ

ମୁଁ ତୋତେ ଦେଖିନପାରିବି ??

ଜାଣେନା ଏ ମନର ଦ୍ବନ୍ଦ୍ୱ

ଚେତନାର ନା ମଣିଷ ମନର

ତେବେବି ଧର୍ମ କହେ

ଏ ଧର୍ଯ୍ୟ ତୋ ଆୟୁତ ଯୁଗର

ଜୀବନର ସଂଜ୍ଞା କେବଳ

ଅଫେରା ଦୁଇଟା ପାଦର ।।


Rate this content
Log in

Similar oriya poem from Tragedy