ତୁମ ପାଇଁ
ତୁମ ପାଇଁ
ତୁମ ପାଇଁ ବ୍ୟବହାର ସ୍ନେହ ପ୍ରେମ ଶ୍ରଦ୍ଧା
ଆଦର ଆଦର୍ଶ ପ୍ରୀତି ଓ ଭଲ ପାଇବା ।
ତୁମ ପାଇଁ କି ଭାବନା ଆସଇ ମନରେ
ଉତ୍ତମ ବିଚାର ଚିନ୍ତା ଚେତନା ସଞ୍ଚରେ ।
ଯେତେ ଯାହା ସବୁ ଉଦ୍ଭାବନ ଆବିଷ୍କାର
ହୋଇ ଅଛି ତୁମ ପାଇଁ ତୁମ ସ୍ନେହ ଧାର
ପ୍ରବାହିତ କରି ଚିର ଅପୂର୍ବ ତୃପତି
ପ୍ରଶମିତ ହୁଏ ଜ।ଳା ଯନ୍ତ୍ରଣା ଯେ ନିତି ।
ତୁମ ପାଇଁ ପରିବେଶ ଶାନ୍ତ ସ୍ନିଗ୍ଧ ଚାରୁ
ଚମତ୍କାର ଅଭିନୟ ତୁମରି ହେତୁରୁ
ପ୍ରେମରେ ପାଗଳ କରି ଥାଏ ତୁମ ସ୍ମୃତି
ଅଜଣା କାହାଣୀ କେତେ ଭାବୁ ଥାଏ ନିତି ।
ତୁମ ପାଇଁ ଉପଯୁକ୍ତ ସ୍ୱାଭିମାନ ଯୋଗୁଁ
କାର୍ଯ୍ୟ ଧାରା ଜାରି ରଖି ସିଦ୍ଧି ପ୍ରାପ୍ତ କରୁଁ ।
ଧନ୍ୟ ତୁମେ ଆଗୋ ପ୍ରିୟା ତୁମ ପାଇଁ ପ୍ରେମ
ଅନୁରାଗ ସୃଷ୍ଟି କରେ ନିତି ଦିନ ମନ ।
ତୁମ ପାଇଁ ଆପଣାର ପରି ଲାଗେ ସବୁ
ସମସ୍ୟା ର ସମାଧାନ ହୁଏ ଭାବୁ ଭାବୁ ।
ତୁମ କଥା ତୁମ ପ୍ରେମ ପ୍ରୀତି ଶ୍ରଦ୍ଧା ସ୍ରୋତ
କର ଯେବେ ଅୟି ପ୍ରିୟେ ତୁମେ ପ୍ରବାହିତ ।

