Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Tragedy

3  

Binata Mohanta

Tragedy

ପ୍ରତାରଣା

ପ୍ରତାରଣା

1 min
202


ଯେବେ ହୃଦୟେ ଉଠେ କଳା ବାଦଳ

ତେବେ ନୟନ ହୁଏ ଅଶ୍ରୁ ଛଳଛଳ


ମନେ ସଞ୍ଛିଛି କୋହ ଭରା ଆବେଗ

ବିଚଳିତ ମସ୍ତିଷ୍କ ଘୁରେ ବିଜୁଳିର ବେଗ


ଏକାନ୍ତରେ ଧାର ଧାର ଝରାଏ ଲୁହ

ଫଟାମନେ କାନ୍ଦିକାନ୍ଦି ଗୁମୁରେ କୋହ


ଭାଗ୍ୟର ଏହା କିଭଳି ରଚନା 

ସାଥୀ ହୋଇ ଚାଲିବାର ସପଥ ଏକ ବାହାନା


ସାଉଁଟିଛି କିଛି ଅଭୁଲା ସ୍ମୃତି ଆଉ ସପନ

ସଜାଇଛି ଯନ୍ତ୍ରଣା, ଘୃଣାରେ ମୋ ଜୀବନ


ପ୍ରେମର ସ୍ଥାନେ ବସା କଲା ପ୍ରତାରଣା

ପ୍ରତି ମୁହୂର୍ତ୍ତରେ କରୁଛି ଅଭିନୟର ଛଳନା


ଭାଙ୍ଗି ଚୁରମାର କଲୁ ଖୁସିର ସଂସାର

ନିଃସଙ୍ଗ ଜୀବନ ପ୍ରିୟ ହୋଇଲା ମୋର ।



Rate this content
Log in

Similar oriya poem from Tragedy