Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidulata Sahoo

Tragedy

3  

Bidulata Sahoo

Tragedy

ଶରତ ଗୋ ତୁମେ ଆସନା

ଶରତ ଗୋ ତୁମେ ଆସନା

1 min
253



ଶରତ ଆସିଛି     ପୂଜା ବି ଆସୁଛି

       ଖୁସି ନାହିଁ କାହା ମନରେ,

କରୋନା ପାଇଁ ଏ     ବନ୍ଦୀ ଜୀବନ 

        ଛନ୍ଦି ହୋଇଛି ଦୁଃଖରେ ।

    ଶେଫାଳି ଗୋ ତୁମେ ବାସନା,

ତୁମ ବାସ ମନେ ପୂର୍ବ ସ୍ମୃତି ଆଣି ଦେଉଅଛି ବହୁ ଯାତନା ।

ବାହାରକୁ ଟିକେ       ଯାଇହେଉ ନାହିଁ

       ପୋଲିସ୍ ଜଗିଛି ଛକରେ,

କାହା ସାଥେ ଟିକେ      ଗପି ହେଉ ନାହିଁ

       ମାସ୍କ ରହିଛି ପାଟିରେ ।

      କାଶତଣ୍ଡି ତୁମେ ହସନା ,

ତୁମ ହସ ଦେଖି ଆମଦୁଃଖ ବଳେ ଦୁଃଖଆଉ ବେଶି ଦିଅନା ।

ମଣିଷ ପାଖରୁ        ମଣିଷ ପଣିଆ

       କରୋନା ନେଇଛି ଛଡେଇ,

ପାଖପଡିଶାରେ         ମରିଗଲେ କିଏ

        ରହୁଛି ସେ ମୁଁହ ଲୁଚେଇ ।

      ବଧୂଲି ଗୋ ତୁମେ ହସନା ,

ତୁମ ହସ ଦେଖି ଛାତିଟା କରତି ଦେଉଅଛି ବହୁ ଯାତନା ।

ଜୀବନ ପାଖରେ       ଜୀବିକା ହାରିଛି

      ଯୁବଗୋଷ୍ଠୀ ଆଜି ବେକାର,

ବେପାରମାନ୍ଦାକୁ        ଚାକିରୀ ବି ନାହିଁ

        ଅବାଞ୍ଛିତ କାର୍ଯ୍ୟେ ତତ୍ପର ।

       ଜହ୍ନ ତୁ ଜୋଛନା ଢ଼ାଳନା,

ଜୋଛନାରେ ତୋର ଭିଜିବାକୁ ଡର କାଳେ ହୋଇଯିବ କରୋନା ।

ମାଆଙ୍କର ଶୁଭ      ଆଗମନୀ ପାଇଁ

       ଖୁସି ଆସୁନାହିଁ ମନକୁ,

ଘରେବସିବସି       ସ୍ମୃତିକୁ ସାଉଁଟି

      ଖୋଜୁଛୁ ପୁରୁଣା ଦିନକୁ ।

ଶରତ ଗୋ ତୁମେ ଆସନା,

ନବରାତ୍ର ଚାଲେ ଦର୍ଶନ ନମଳେ ବଢ଼ାଏ ସେ ବେଶି ଯାତନା ।


Rate this content
Log in

Similar oriya poem from Tragedy