STORYMIRROR

Kalpana Kumari Pradhan

Romance Tragedy

3  

Kalpana Kumari Pradhan

Romance Tragedy

ସପନ ନଅର

ସପନ ନଅର

1 min
207

ସମ୍ପର୍କର ନଦୀ ତୀରେ ସୁନେଲି ସହର

ଗଢିଛି ସେଠାରେ ଯତନେ ସ୍ୱପ୍ନର ନଅର

ରାଜକୁମାର ନୁହଁଇ ମୁଁ ନୁହେଁ ଜମିଦାର

ପ୍ରେମ ଭିକ୍ଷୁଟିଏ ସ୍ପନ୍ଦନ ହୃଦୟର ll


ପ୍ରେମ ଉପଵନେ ସଜ ଫୁଟା କୁଷୁମ

ପୂର୍ଣ୍ଣମୀ ରାତିରେ ନଭେ ଚନ୍ଦ୍ର ସମ

ଶୀତଳ ପରସେ ହୃଦେ ଜାଗ୍ରତ ଯେ ପ୍ରେମ

ଯୌବନ ଅଙ୍କାବଙ୍କା ପଥେ ଭେଟହେଲା ତୁମ ll


ପହିଲି ଦେଖାରେ ହୃଦ ହାରିଲି ମୋହର

ନୟନର ତୀର କରେ ବକ୍ଷ ପାର

ମୂଢ଼ ମୁଖେକି ବର୍ଣ୍ଣିବି ରୂପ ତୁମର

ହରିଣୀ ଚକ୍ଷୁ ଦ୍ୱୟ ଓଷ୍ଠ ପଦ୍ମ ପାଖୁଡ଼ାର l


ସମୟ ଅବା ତୁମେ ଖେଳ ଲୁଚକାଳି

 ପ୍ରେମର ସାତ ରଙ୍ଗେ ଖେଳୁଛି ହୋଲି

ପୀରତି କୁସୁମ ଦିନେ ଗଲା ମଉଳି

ପାଶ୍ଚତ୍ୟର ଆବରଣ ଓଢ଼ିଲିନି ବୋଲି ll


ଆକୁଳ ହୃଦୟ ଅବା ପାରିଲାନି ବାରି

ଆକର୍ଷଣ ବଳେ ସିନା ଆକର୍ଷଣ କରି

ପ୍ରେମ ତା ଛଳନା ମାୟାଜାଲ ପରି

ପ୍ରେମପକ୍ଷୀ ଉଡ଼ିଗଲା ହୃଦୟେ ବେଦନା ଭରି ll


ପ୍ରେମ ସଫଳ ସିନା ନଥିଲା ଭାଗ୍ୟରେ

ପ୍ରେମ କରିବାଟା ଥାଏ ନିଜ ଅକ୍ତିଆରେ

ରାଣୀ ଥିଲା ସେତ ସପନ ନଅରେ

ଛିଟା ଛାଡିଗଲା ଏଇ ଭଙ୍ଗା ହୃଦୟରେ ll



Rate this content
Log in

Similar oriya poem from Romance