STORYMIRROR

DR PRASANTA KUMAR BISWAL

Tragedy

3  

DR PRASANTA KUMAR BISWAL

Tragedy

ହୃଦୟ ଗୀତି

ହୃଦୟ ଗୀତି

1 min
244

ତୁମେ ଦେଖିଅଛ 

   ଲାବଣ୍ୟବତୀର

    ପ୍ରେମର ବ୍ୟାଜ ଚାହାଣୀ,

କେବେ ଦେଖିଅଛ

   ଉଜୁଡା ସଂସାର

     କଣ୍ଟକିତ ତା ସରଣୀ ।1


ତୁମେ ଖୋଜିଅଛ

   ଓଠରେ ତାହାର 

    ପ୍ରେମର ମଧୁ ପରଶ,

କେବେ ପଢିଅଛ

   ଅବ୍ୟକ୍ତ ବେଦନା

    ସ୍ୱପ୍ନ ତା ହୁଏ ପାଉଁଶ।2


ଭାବାନ୍ତର ତୁମ

  ବଳିଯାଏ ଦେଖି

    ଆଜାନୁ ଲମ୍ବିତ କେଶ,

ଦାରିଦ୍ର୍ୟ ପ୍ରହାରେ 

   ମଳୟ ହଜଇ

     ଦୁଃଖ ଭାଙ୍ଗେ ତା ସାହସ।3


ଚାଲିରେ ତାହାର

  କଦମ୍ବ କୁସୁମ

   ମହକ ତ ବାରିଥାଅ,

ଜୀବନ ଯୁଦ୍ଧର 

   ପରାସ୍ତ ସୈନିକ 

    ଦେଖ ତା ଶୁଖିଛି ଲୁହ।4


ବଞ୍ଚିବା ପାଇଁକି

  ଜୀବନ ଯେଉଁଠି

   ନିତି କେତେ ମରୁଥାଏ,

ତଥାପି ମଣିଷ 

   ବୁଝେନା ତା ଦୁଃଖ 

    ଭୋଗେ ସ୍ୱପ୍ନ ଦେଖୁଥାଏ,

ଭୋକିଲା ପେଟରେ

   କିଏ ସେ ପଢିବ

    ପ୍ରେମର ସେ ଚଉପଦୀ,

ପାରୁଛ ତ ବନ୍ଧୁ 

  ଲେଖିଯାଅ ବାରେ

    ମଣିଷ ହୃଦୟ ଗୀତି।7



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy