କାଳିଆକୁ ଚିଠି
କାଳିଆକୁ ଚିଠି
ଶେଷ ଚିଠି ତୋତେ ଲେଖୁଛି କାଳିଆ
ବୁଜିବା ଆଗରୁ ଆଖି
ମରିବା ଆଗରୁ ତୋ ଚକାଆଖି କୁ
ପାରିଲିନି ଥରେ ଦେଖି
ଚିଠି ମୁଁ ଯାଉଛି ଲେଖି ।
ଭଲା ମହାମାରୀ ଆସିଲା ବେମାରୀ
ଦେଉଳ ହୋଇଲା ମନା
ନିଇତି ଫେରିଲି ଦୂରରୁ ଦେଖିତୋ
ପତିତପାବନ ବାନା
ଭାବି ମୁଁ ନଥିଲି ଏମିତି ଅବେଳେ
ଉଡିଯିବ ପ୍ରାଣ ପକ୍ଷୀ
ପାରିଲିନି ତୋତେ ଦେଖି ।
ମନକଥା କେତେ ମନରେ ରହିଲା
ପାରିଲିନି ତୋତେ କହି
କରୋନା ର କୋପ ହୋଇ ଅଭିଶାପ
ଜୀବନକୁ ଯାଏ ନେଇ
ନିକୁଟନ୍ତି ଦାନ୍ତ ବେଢି ଯମଦୂତ
ଯାତନାକୁ ମୋର ଦେଖି
ବୁଜିବା ଆଗରୁ ଆଖି ।
ହେଲା ଏକି କାଳ ଅବେଳରେ କାଳ
ଯାଉଛି ଜୀବନ ନେଇ
ମଶାଣି ପଦାରେ ଗଦାଗଦା ଶବ
ଜୁଇ ପରେ ଜଳେ ଯୁଇ
ପରିବାର କେତେ ପଦାହୋଇଯାଏ
ପାଉଁଶକୁ ଶାଖି ରଖି
ଚିଠି ମୁଁ ଯାଉଛି ଲେଖି ।
ଯିବାର ମୋ ଥିଲା ଯାଉଛି ମୁଁ ଚାଲି
ଯାତନା ଅନେକ ସହି
ଗଲାବେଳେ ତୋତେ ମିନତି ମାତର
ରଖିବୁ ଜଗତ ସାଇଁ
ଚକ୍ର ପେଶି ତୋର, କରୋନା ନାସିବୁ
ନିଜ ମାନ ନିଜେ ରଖି
ଚିଠିଟି ଯାଉଛି ଲେଖି ।