କିଏ ସେ ନିର୍ଦ୍ଦୟ
କିଏ ସେ ନିର୍ଦ୍ଦୟ
ଭଙ୍ଗା ହୃଦୟଟି ଭାଙ୍ଗିଗଲା ପରେ
ଆଉ ବା କି ଅଛି ମୋର
ଭାଙ୍ଗି ଯାଇଅଛି କଅଁଳ ମନ ମୋ
ଭାଙ୍ଗି ଯାଇଅଛି ଘର ।
କେତେ କାଠି କୁଟା ଏକାଠି କରି ମୁଁ
ସଜାଡିଥିଲି ଯେ ଘର
ସେ ସଜଡା ଘର ଅସଜଡା କରି
ଭାଙ୍ଗିଲା ଅଦିନ ଝଡ ।
ମନତଳେ ମୋର ସାଇତିଥିଲି ମୁଁ
ଛବିଟିଏ ଆପଣାର
ହଠାତ୍ ସେ ଛବି ଅନ୍ତର୍ଦ୍ଧ୍ୟାନ ହେଲା
କରିଦେଇ ମୋତେ ପର ।
ଆଖିର ଲୁହରେ ଭାସୁଛି ଆଜି ମୁଁ
ସାହାରା କେ ଆଉ ନାହିଁ
ଅସହାୟ ଏକ ଜୀବନ ବସିଛି
ମରଣର ପଥ ଚାହିଁ ।
ମରଣ ପଥରୁ ଟାଣିଆଣି ଯିଏ
ଜୀବନ ଦେଖାଇ ଥିଲା
ନିର୍ଦ୍ଦୟ ହୋଇ ସେ ମରଣ ମୁହଁକୁ
ଆଜି ମୋତେ ଠେଲିଦେଲା ।