STORYMIRROR

Nibedita Mishra

Romance Tragedy

3  

Nibedita Mishra

Romance Tragedy

ପ୍ରିୟ ମୂହୁର୍ତ୍ତ

ପ୍ରିୟ ମୂହୁର୍ତ୍ତ

1 min
173

ଏମିତି ତ ଅନେକ ମୁହୁର୍ତ୍ତ ମିଳିଗଲା ଜୀବନ ବଞ୍ଚି ଯିବାକୁ

ହେଲେ ଯେଉଁ ସମୟ ତକ ତୁମ ସାଥେ ବିତିଗଲା 

ସେ ହୋଇଗଲା ଅଭୂଲା ସ୍ମୃତି ସନ୍ତକ

ଚାହୁଁ ତ ଥିଲି ମୁଁ ସେ ସବୁକୁ ଅଟକାଇ ରଖିବା ପାଇଁ

ହେଲେ ସେମାନେ ତ ଅମାନିଆ ଥିଲେ ହୃଦୟକୁ ବୁଝିବାକୁ

ବିତି ଯିବା ସେମାନଙ୍କର ଗୁଣ ତେଣୁ ତ ବିତିଗଲେ

ମୋତେ ଲାଗେ ସେମାନେ ପ୍ରେମରେ ପାଗଳ ହୋଇଗଲେ ତୁମର

ସେଥିଲାଗି ତ ତୁମକୁ ଚୋରେଇ ନେଲେ ମୋଠୁ ତୁମକୁ

ଦେଇ କିଛି ମିଠା ମିଠା ସ୍ମୃତିର ପ୍ରତିଦାନେ

ହେଲେ ତାଙ୍କୁ କୋଉ ଜଣା ଥିଲା ଯେ 

ମୁଁ ତ ତୁମକୁ ବନ୍ଦୀ କରି ନେଇଥିଲି ମୋ ହୃଦୟ କୋଣେ

ସେଥିପାଇଁ ତ ଆଜି ବି ଯେବେ ଯେବେ ତୁମ ଫେର ସ୍ମୃତି ହୋଇ

ସେମାନେ ବି ଫେରି ଆସନ୍ତି ତା ସାଥେ ବାଧ୍ୟ ହୋଇ

ଆଜି ହସି କରି କହିଗଲା ମୋତେ ସେଇ ପ୍ରିୟ ମୁହୁର୍ତ୍ତ

ଜିତିଗଲୁ ତୁ ଆଜି ମୋ ଠାରୁ ଏକବାରେ

ବିତି ଗଲି ମୁଁ ଯେହେତୁ ବିତି ଯିବାଟା ମୋ ଚିରାଚରିତ

ହେଲେ ହାରିଗଲି ତୋ ପ୍ରେମ ଆଗରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance