ଅବ୍ୟକ୍ତକୋହ
ଅବ୍ୟକ୍ତକୋହ
ଆହତ ଫଗୁଣେ ଅଳସି ଶ୍ରାବଣ
ଶୂନ୍ୟତା କୋଳେ ହଜେ,
ବିଷର୍ଣ୍ଣତା ତୀରେ ନିରବ, ନିଶବ୍ଦ
ସ୍ପନ୍ଦନ ପରଷେ ଭିଜେ ।
ସ୍ମୃତି ଅଗଣାରେ ଜୀବନ୍ତ ଇଲାକା
ସମ୍ପର୍କ ପାଟର ଡୋରେ,
ଗୁମୁରି ଉଠଇ ଚୈତାଳୀ ବିତାନେ
ଭୁଲେନା ଏ ମନ ଝୁରେ ।
ଅବୁଝା ଏ ପ୍ରାଣ ନିରବେ ସାଉଁଟି
ଗହନ ଦୁଃଖକୁ ପିଇ,
ତଥାପି ଖୋଜଇ ପ୍ରାଣତା ଦରଦୀ
ପୂର୍ଣ୍ଣାର୍ପିତ ହୃଦନେଇ ।