Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kailash Chandra Mishra

Tragedy Others

4.0  

Kailash Chandra Mishra

Tragedy Others

ଏପାରିରୁ ଚିଠିଟିଏ

ଏପାରିରୁ ଚିଠିଟିଏ

1 min
197


ମାଆ ତୁମେ ଗଲା ପରେ ଏବେ 

               ମୁଁ ସମ୍ପୂର୍ଣ୍ଣ ଭାବେ ଏକା  ।

ସମ୍ପର୍କର ଅନେକ ରଙ୍ଗରେ ରଙ୍ଗେଇ ହୋଇବି 

            ଆଜି ମୁଁ ଏକାବେଳେ ଫିକା  ।।

ତୁମେ ପରେ ଦିନେ ହଠାତ୍ ବାପା ବି

         ମୋ ଠୁ ହାତ କାଢ଼ିନେଲେ ନିଜର ।

ଏ ସମାଜ ସାମ୍ନାରେ ଏକ ପ୍ରମାଣ ପତ୍ର 

          ଦେଇ ଚାଲିଗଲେ ଅନାଥର ।।

ଏଠି ମୁଁ ଯେତେଥର ଯାହାକୁ ବି ନିଜର କରୁଛି  । 

ପୁଣି ସେତେଥର...

ମୁଁ କାଳେ ତାଙ୍କ ନିଜର ନୁହେଁ 

             ବୋଲି ପ୍ରମାଣ ବି ପାଇଛି ।।

ଏଠି ସମସ୍ତେ ସ୍ୱାର୍ଥପରର ମୁଖା ପିନ୍ଧି ବୁଲୁଛନ୍ତି

          ନିଜ ସ୍ବାର୍ଥ ହାସଲର ସଂକଳ୍ପ ନେଇ ।

ସତରେ ମାଆ ଆଜି ମୁଁ ବହୁତ କ୍ଳାନ୍ତ

      ବାରମ୍ବାର ନିଜର ହେବାର ପରୀକ୍ଷା ଦେଇ ।।

 ଆଉ ମୁଁ ପାରୁନି ସହି କି

            ପାରୁନି କାହାକୁ ବି କହି ।

କଣ କଲେ ପୁଣିଥରେ ତୁମ କୋଳକୁ ଫେରିବି

             ଥରେ ଦିଅ ବତେଇ ।।

ଜାଣିନି ଚିଠି ମୋର ପହଞ୍ଚିବ କି ନାହିଁ ....

ସତ କହୁଛି ମାଆ ଏ ମନ ଖାଲି

       ଅପେକ୍ଷା କରିଛି ତୁମ ପାଇଁ। ।।


                      ଇତି ତୁମ ଗେହ୍ଲା ପୁଅ 

                          ପାପୁନା


Rate this content
Log in

Similar oriya poem from Tragedy