STORYMIRROR

Kailash Chandra Mishra

Romance Tragedy Others

3  

Kailash Chandra Mishra

Romance Tragedy Others

ଅଲୋଡ଼ା ଅଚିହ୍ନା ମଣିଷଟିଏ

ଅଲୋଡ଼ା ଅଚିହ୍ନା ମଣିଷଟିଏ

1 min
197

ସେ ଦେଖେ ପୁଣି ଅଚିହ୍ନା ପରି ଆଡେଇଯାଏ

ଚିହ୍ନି ନ ଚିହ୍ନିଲା ପରି

ଅଜଣା ଲୋକଟିଏ ପରିକା  ।

ଏବେ କାଳେ ସେ ମୋ ଭିତରେ 

ନିଜକୁ ପାଉନି ଖୋଜି ।

ଆଉ କାଳେ ମୋ ଆଖିରେ ତା ପ୍ରତି 

ସେ ଭଲପାଇବା ନାହିଁ ।

ଆଉ ତାକୁ ଭଲ ଲାଗୁନି ମୋ କଥା,

ମୁଁ କାଳେ ଜୋର୍ କରି ବାନ୍ଧି ରଖୁଛି ତାକୁ ମୋ କଥାରେ..

ଆଗଭଳି ସେ ମଧୁରତା କି ସନ୍ତୁଷ୍ଟି ନାହିଁ,

ମୋ ନାଁ ଶୁଣି ମୋ କଥା ଭାବି 

ସେ ଏବେ କଷ୍ଟ ପାଉଛି କାଳେ...

ଯେ ଦିନେ ମୋ କଥା ଶୁଣିବ ବୋଲି

ଜିଦ୍ ଧରି ବସୁଥିଲା,

ଯେ ଦିନେ ମୁଁ କଲ୍ ମେସେଜ ନଦେଲେ

ସେ ଅଭିମାନ କରୁଥିଲା,

ଏବେ ତା ପାଇଁ ମୁଁ ଜଣେ

ଅଲୋଡା ଅଚିହ୍ନା ମଣିଷ ଟିଏ ... ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance