STORYMIRROR

Padmaja Saran

Tragedy

3  

Padmaja Saran

Tragedy

ଗୋଟେ ଗୋଧୂଳିର ଚିତ୍ର

ଗୋଟେ ଗୋଧୂଳିର ଚିତ୍ର

1 min
98

ସମୟ କାଂଥରେ

ଗୋଟେ ଗୋଧୂଳିର ଚିତ୍ର

କାହିଁ କେବେଠୁ ଲଟକିଛି ଯେ

ଫିକା ପଡିନି ରଂଗ

କାହିଁକି ଜାଣ

ବାକି ଅଛି କିଛି କଥା.....


ଯେଉଁ ଦିନ କଥା ହୋଇଯିବା

ଦେଖିବ ଧଡ୍ କରି ଘନେଇ ଆସିବ ରାତି,ଅଂଧାର

ଯୋଉ ରାତିର ସକାଳ ପାଇଁ 

ଅନେକ ଜନ୍ମ ଅପେକ୍ଷା ରଖେ


ଥାଉ ସେ କଥା ଅକୁହା

କିଛି ଅକୁହା କଥାର ଅନ୍ୟନାମ ହିଁ ତ ଜୀବନ

ଯାହା ତମେ ଭୋଗ

ମୁଁ ଭୋଗେ


ଦେଖିଲ

ଚିତ୍ର ଭିତରୁ କେମିତି ଶୁଭୁଛି

ଗୋଟେ ବଂଶୀ ସ୍ଵର

ଆଉ ଠିକ୍ ତାଳେ ତାଳେ 

ନାଚୁଛି ଅପେକ୍ଷାର ପାଉଁଜି ହଳେ

ନଈପଠାରେ


କଦମ୍ବର ଋତୁଟିଏ

ଅଟକେଇବା କ'ଣ କମ୍ ତପସ୍ୟାର କଥା

ନା ଗୋଧୂଳି ଗୀତରେ ସ୍ଵର ଦେବା ସହଜ


ଚାଲ ଯୋଡିଦେବା

ଆହୁରି ଅନେକ ଅକୁହା କଥା

ତମେ ମୋର

ମୁଁ ତମର.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy