STORYMIRROR

Padmaja Saran

Tragedy

4  

Padmaja Saran

Tragedy

ନୀଳକଇଁର ମୋହ

ନୀଳକଇଁର ମୋହ

1 min
686

ମୁଁ ଜାଣେ

ଭାରି ଜିଦଖୋର୍ ତମେ

ଚିତ୍ର ନଆଂକି ଫେରିବନି,


ନଈ ମଝିରେ ଠିଆ ହୋଇଥିବା

ଆଂଜୁଳେ ଶୋଷ,


ଆହୁରି ବାକିଥିବା 

କିଛି ଝରିନଥିବା ଲୁହ,


ବିଲକୁଲ୍ ଦୃଶ୍ୟ ହୋଇନଥିବା

କରୁଣ ହସଧାରେ,


ଆଦିଗନ୍ତ ପରିବ୍ୟାପ୍ତ

ଗୋଟେ ଭିକ୍ଷୁଣୀର ପଣତ,


ଈଶ୍ଵର ଦୁଆରୁ ନିରାଶରେ ଫେରୁଥିବା

ହଳେ ରକ୍ତାକ୍ତ କ୍ଲାନ୍ତ ପାଦ


ଏସବୁକୁ ରଂଗ ତୂଳୀରେ ରୂପ ନଦେଇ

ତମେ ଫେରିବନି, 

ମୁଁ ଜାଣେ


ମୁଁ ଏକଥା ବି ଜାଣେ

ତମେ ସେ ଲୁହକୁ କଜଳ କରି 

ପିନ୍ଧାଇ ଦେବ

ଆଖିରେ


ଶୋଷ ଲୁଚାଇବାକୁ

ମତେ ବୁଡେଇଦେବ ଆଖିଯାଏ ପାଣିରେ

କରୁଣ ହସଧାରେ

ବହିଯାଉଥିବ ଭିତରେ

ଦିଗନ୍ତରେ ପରିବ୍ୟାପ୍ତ ପଣତକୁ

ଭସେଇଦେବ ସ୍ରୋତ ଅନୁକୂଳରେ


ମୁଁ ଜାଣେ

କ୍ଲାନ୍ତପାଦକୁ ପହଁରାଇ ଦେବ

ଗଭୀର ହେଲେ ପାଣି

ଆଗକୁ ଆଂକିଦେବ ଡଂଗା

ଡଂଗାରେ ଗୋଚ୍ଛେ ନୀଳକଇଁ


ମୁଁ ଜାଣେ

ଖୁବ୍ ଜିଦଖୋର୍ ତମେ


ତମ ଅନୁରାଗରେ

ଗୋଚ୍ଛେ ନୀଳକଇଁର ମୋହ


ପଣତରେ ବାଂଧି ପାରିନି

ଛୁଇଁଛି ତ

ମୁକ୍ତି କାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy