STORYMIRROR

Padmaja Saran

Others

3  

Padmaja Saran

Others

ଚିତ୍ରଗଛର ଚେର

ଚିତ୍ରଗଛର ଚେର

1 min
242

ଗୋଟେ ଅବରୁଦ୍ଧତାକୁ

ଡେଇଁ ପାରିଲିନି ବୋଲି

ଚିତ୍ରିତ କଲି ତାକୁ

ଚିତ୍ର ଭିତରେ ମୁକୁଳି ଗଲି

ଦ୍ଵାରରେ ଅନେକ ପ୍ରହରୀ

ଅନେକ ଆଖି

କେହି କ'ଣ ଜାଣିପାରିଲେ.......

ପ୍ରହରୀମାନେ 

ସମୟକ୍ରମେ ବୁଢ଼ା ହେଲେ

ମରି ହଜି ଗଲେ

ମାଟିରେ ମିଶିଲେ ଯେଉଁ ଦିନ

ମୋ ଚିତ୍ର ଗଛରେ ଫୁଲ ଫୁଟିଲା 

ଠିକ୍ ସେହିଦିନ

ଚିତ୍ରଗଛର ଚେର

ଫଟେଇ ଦେଲା ଅବରୁଦ୍ଧତାର

ଉଚ୍ଚା ପାଚେରୀ

କିଛି ମହକ ବି ବହିଗଲା ଫୁଲରୁ

ଅନୁକୂଳ ପବନ ଦିଗରେ

କେହି କେହି କଥାହେଲେ

ଅଲୌକିକ.............



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍