STORYMIRROR

Padmaja Saran

Tragedy

3  

Padmaja Saran

Tragedy

ରକ୍ତର ଝୋଟି

ରକ୍ତର ଝୋଟି

1 min
269


ମୁଁ ଜାଣେ 

ତମ ଭିତରେ 

ଆକାଶେ ଶୂନ୍ୟତା,


ହେଲେ 

ମୁଁ ଏମିତି କେତେ ଖଣ୍ଡରେ

ଭାଙ୍ଗିଯିବି ଯେ' 

କେଉଁଠି ଦେହ, କେଉଁଠି ମନ

କେଉଁଠି ହୃଦୟ, କେଉଁଠି ଆତ୍ମାକୁ ଖଞ୍ଜି

ପୂର୍ଣ୍ଣ କରିବି ତମକୁ !


ବରଂ ତମ ନିଃଶ୍ୱାସର

ଯିବା ଆଉ ଫେରିବା ମଝିରେ

ପାରି ଦେଇଥାଅ ବିଛଣା

ନା' ଥିବ ବିତିଥିବା ମୁହୂର୍ତ୍ତର ଶୋକ

ନା' ଆଗତର ସ୍ୱପ୍ନ 


ଖୁବ୍ ସଜେଇ ହୋଇ 

ଠିଆ ହେଇଥିବ ସମୟର ଫୁଲବଣ

ବାକି କେବଳ ତମେ ଆଉ ମୁଁ

କେହି ବି ନୁହଁ

କେହି ବି ନଥିବା

ଅଥଚ ବିଛଣା ସାରା 

ମହକୁଥିବ ଅତର

ବିଛେଇ ପଡିଥିବ ଗଜରା । 


ଭାଙ୍ଗି ଯାଇଥିବା ଚୂଡିରେ, ରକ୍ତର

ଅଙ୍କା ସରିଥିବ ଯେଉଁ ଝୋଟି

ବିଛଣା ଦାଢରେ

କିଏ ଜାଣେ କାହାର ସେ ରକ୍ତ -


ତମର ନା' ମୋର !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy