STORYMIRROR

Padmaja Saran

Tragedy

3  

Padmaja Saran

Tragedy

ଲୁହଲୁହ ସମୁଦ୍ରର ସ୍ବପ୍ନ

ଲୁହଲୁହ ସମୁଦ୍ରର ସ୍ବପ୍ନ

1 min
197

ମୋ ଝିଅ

ସମୁଦ୍ର ଦେଖିବାକୁ

ଜିଦ୍ କରୁଥିଲା ଦିନେ

ଗୋଟେ ସବୁଜ ବିସ୍ତୃତିକୁ ଛୁଇଁ 

ନିଜକୁ ହଜାଇ ଦେବାକୁ

ଅଳି କରୁଥିଲା


ବେଳାଭୁମିରୁ ଶାମୁକା ସାଉଁଟି

ସଜେଇବାକୁ ଚାହୁଁଥିଲା

ଗୋଟେ ସ୍ଵପ୍ନ-ଘର


ଦି' ଜୋଡା ଗହୀର ପାଦଚିହ୍ନକୁ

ପୋହଳାରେ ସଜାଇ

ବାଲିରେ ଲେଖିବାକୁ ଚାହୁଁଥିଲା

ଅସୁମାରି କବିତା


ଝାଉଁବଣକୁ ଦେଇଦେବାକୁ ଚାହୁଁଥିଲା

ଚୁପ୍ ଚୁପ୍ ସ୍ଵପ୍ନଗୀତ ସବୁ


କେଜାଣି କେମିତି

ନେଇ ହେଲାନି ସମୁଦ୍ରକୁ


ଋତୁ ବଦଳି ଗଲା

ବଦଳି ଗଲା ସମୁଦ୍ର


ଝିଅର

ସ୍ଵପ୍ନଭର୍ତ୍ତି ବୋଇତ

ଗଲା ଯେ ଗଲା, ଆଉ ଫେରିଲାନି

ଏବେ ଝିଅକୁ ଡାକିବାରୁ କହିଲା


ମା'.... ସମୁଦ୍ର ପାଣି ଖୁବ୍ ଲୁଣିଆ

ଶୋଷିଲା ଓଠର କି ଯାଏ


ତା'ପରେ ବି ଭାରି ଅଚିହ୍ନା

ତା'ଭିତର ଭଉଁରୀ


ସେଦିନ ସମୁଦ୍ରରେ

ଘନୀଭୂତ ହୋଇଥିଲା ଝଡ

ବୋଧେ ପୂର୍ଣ୍ଣିମା


ମୁଁ ସମୁଦ୍ର ଆଡ଼କୁ ବୁଜିଦେଲି ଝର୍କା

ପୋଛିଦେଲି ଝିଅର ନିଦୁଆ ଆଖିରୁ

ଲୁହଲୁହ ସମୁଦ୍ରର ସ୍ଵପ୍ନ

     


         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy