STORYMIRROR

Padmaja Saran

Abstract

4  

Padmaja Saran

Abstract

ନିଆଁ,ଗୋଟେ ଋତୁର ଠିକଣା

ନିଆଁ,ଗୋଟେ ଋତୁର ଠିକଣା

1 min
312

ଏବେ ପ୍ରଚଣ୍ଡ ସୂର୍ଯ୍ୟ

ଆଖି ଝଲସା ଖରା 

ଯାହା ଜଳୁଛି ଖୁବ୍ ଜଳୁଛି

ହୁତ୍ ହୁତ୍


ହେଲେ

ଜଣା ପଡୁନି ଖରାରେ


କେବେ ଅଂଧାରରେ ଆସ

ଦେଖିବ କେତେ ତାତି

କେତେ ପାଉଁଶ

ଗୋଟେ

ଜଳି ଯାଉଥିବା ହୃଦୟର


ଭୁଲିଗଲି

ତମେ କାହିଁ ଆସିବ ଯେ ?

ଗୋଟେ ସଂପର୍କ ବି ତ 

ଅଂଗାର ଖଣ୍ଡେ ହୋଇ ପଡିଛି...


ଆଉ କ'ଣ ବଦଳିଛି ଋତୁ ?

ନିଆଁ, 

ଗୋଟେ ଋତୁର ଠିକଣା

ଯିଏ ଥାଏ,ଥାଏ

ଆଉ କେହି ପାଖ ମାଡେନା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract