STORYMIRROR

Padmaja Saran

Others

4  

Padmaja Saran

Others

ଦେବୀ

ଦେବୀ

1 min
243

ମୁଁ ବଂଦିନୀ ବୋଲି 

ଜାଣି ନଥିଲି ନିଜେ

ସେମାନେ ଭାରି ଲଳିତରେ କହିଲେ

ମୁକୁଳି ଯା'

ମୁଁ ପରତେ ଗଲି

ମୁକୁଳି ଗଲି ନିଜଠୁ ନିଜେ 

ରଚିଲି ଦୁର୍ଗ

ଧରିଲି ଅସ୍ତ୍ର

ଘୋଷଣା କଲି ଯୁଦ୍ଧର

ସେମାନେ ଜାଣି ଜାଣି ହାରୁଥିଲେ

ପିନ୍ଧେଇ ଦେଉଥିଲେ ବିଜୟ ମୁକୁଟ ଦେବୀଙ୍କର

ମୁଁ ଛାଂଚରେ ନିଜକୁ ଖଂଜି

ଦେବୀ ହେଲି

ମୁଁ ଯେଉଁ ଯୁଦ୍ଧରେ ଜିତିଥିଲି

ଏଯାଏ ବୁଝି ପାରିଲିନି ତା ପଛର ଷଡ଼ଯନ୍ତ୍ର

ନିଜର ଶବକୁ ପାହାଚ କରି

ଚଢୁଥିଲି ଆକାଶ

ଯେଉଁଠି ସରୁଥିଲା ପାହାଚ

ସେଠି ସେମାନେ ବେଶ୍ ସୁରକ୍ଷିତ ଥିଲେ

ମୋ ବିଜୟ ପାଇଁ ଶୁଭେଚ୍ଛାରେ

ଝରିପଡୁଥିଲା ହସ ଧାରେ

ଭାରି ଅବଜ୍ଞାର

ଅଥଚ 

ସେମାନଙ୍କ କଥାରେ ମୁଁ

ନିଜକୁ ହତ୍ୟା କରିସାରିଥିଲି ସହସ୍ରବାର

ମୁକ୍ତି ନାଁରେ

ଏବେ ମୁଁ ମତେ ଖୋଜୁଛି

କୋଉଠି ପାଇବି

ସେମାନେ ପୋଡ଼ି ଦେଇଛନ୍ତି 

ମୋ ପ୍ରକୃତ ପରିଚୟ,ଠିକଣା,ସବୁକିଛି

ମୁକ୍ତିରେ ଏତେ ବଂଧନ ବୋଲି

ଏଯାଏ ବି ବୁଝି ପାରିଲିନି ମୁଁ

ନିଜକୁ ହତ୍ୟା କରି 

କେଉଁ ଦେବୀପଣ ?

ମତେ ଟିକେ ହଲିବା ବି ମନା

ଭାରି ଶକ୍ତ ଏ ଛାଂଚ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍