STORYMIRROR

Padmaja Saran

Others

4  

Padmaja Saran

Others

ଗଛ-ଲତା

ଗଛ-ଲତା

1 min
227

ଫୁଲ ଫୁଟୁ ନଥିବା

ଗଛ ଦେହରେ

ଈଶ୍ଵର ବୋଲି କେହି ଜଣେ

ଖଂଜି ଦେଇଛି ଲତାଟିଏ


ଲତା ମାଡୁଛି ଗଛର ଦେହସାରା

କ୍ରମଶଃ ହେଉଛି ଏକାତ୍ମ

ଶୋଷୁଛି ଖାଦ୍ୟ ତା'ଦେହରୁ

ଫୁଲ ଫୁଟାଉଛି ଋତୁକୁ ଛୁଇଁ


ଦେଖଣାହାରୀ ଆଶ୍ଚର୍ଯ୍ୟ

କେତେ ସୁନ୍ଦର ଏ ଗଛର ଫୁଲ....!


ଗଛ ଭୋଗୁଛି କେବଳ

ଗୋଟେ ନୀରବ ନିବିଡ ଆଲିଂଗନ

ଫୁଲର ସୁଗଂଧିତ ଅଧିକାର


ଆଉ ଲତା.......


କେହି ଚେର କାଟିଦେଲେ ବି

ମରିଯାଉନି ସେ

ଜଡିଯାଇଛି ଗଛରେ


ଗୋଟେ ସବୁଜ ତନ୍ମୟତା

ସଂପର୍କର ହେତୁ ହୋଇପାରେ


ଈଷତ୍ ହଳଦୀରଂଗର ଫୁଲ ଭିତରେ

ଗଛ ଜନ୍ମ ନେଉଥାଏ ବାରଂବାର ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍