STORYMIRROR

Padmaja Saran

Others

4  

Padmaja Saran

Others

ପଥରର ଭଗ୍ନାଂଶ

ପଥରର ଭଗ୍ନାଂଶ

1 min
210

ଯେ ଯାଏ ପଥର ଖଣ୍ଡେ

ସେ ଯାଏ ନିହାଣ ତମର

ମୂର୍ତ୍ତି ତମର ସ୍ଵପ୍ନ

ତମ ପ୍ରେମର ନିବିଡତା ।


ଯେଉଁଦିନ ନିହାଣମୁନରେ 

ଭାଙ୍ଗିଦେଲ

ଛାତିହାଡ଼

ପାଲଟିଗଲ ଶିଳ୍ପୀରୁ ପେଶାଦାର ବେପାରୀ

ସେଦିନ ଆପେ ଆପେ ଖୋଲିଗଲା ଓଠ ।


ଜଡରେ ଜୀବନ 

ପଥରରେ ପ୍ରାଣ

ତମର ଯେ କାମ୍ୟ ନୁହେଁ

ଏକଥା ବିଚାରି ବୁଝିବା ପୂର୍ବରୁ

ଭାଙ୍ଗିଗଲା କୋଣାର୍କ

ଦେଉଳ ଉପରୁ ଖସିଥିବା ପଥର ଖଣ୍ଡେ

ପଥରର ଭଗ୍ନାଂଶ ସିନା...

ସେ କ'ଣ ଗାଇପାରିବ

ମଧୁମୟ ଗୀତ ପଦେ ଜୀବନର.....!!!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍