STORYMIRROR

Dr. Pratap Kumar Swain

Tragedy

3  

Dr. Pratap Kumar Swain

Tragedy

ପ୍ରଶ୍ନ

ପ୍ରଶ୍ନ

1 min
290


ସମାଜର ପ୍ରତ୍ୟେକ ମଣିଷ ମନରେ

ଉଙ୍କି ମାରୁଛି ଏ ପ୍ରଶ୍ନ

ଖୋଜୁଛି ସେ ଗୀତା, ବାଇବେଲ ଆଉ

କୋରାନ ଭିତରେ।

କେମିତି ତା ସୃଷ୍ଟି ଏ ଧରା ପୃଷ୍ଠରେ

ଉତ୍ତର ଏକ

ଜନନୀ ହିଁ ସୃଷ୍ଟିର ମୂଳ ଆଧାର

ଜନନୀ ହିଁ ଜୀବର ପ୍ରଥମ ଶିକ୍ଷକ ।

ଜନନୀ ହିଁ ବାର୍ତ୍ତାବହ ମାନବ ଧର୍ମର

କିନ୍ତୁ କେତେ ସମ୍ମାନ ପାଇଛି ଜନନୀ

ଶିକ୍ଷା ଦୀକ୍ଷା ସଂସ୍କାର ଦେଇ ଗଢିବାକୁ

ଚେଷ୍ଟା କରିଛି ସେ ମାନବ ଶିଶୁକୁ।

କିନ୍ତୁ କେତେ ଶିକ୍ଷିତ ଆଜି ମଣିଷ

ନିଜକୁ ଥରେ ପ୍ରଶ୍ନ କରୁ

ଧର୍ମ ନାମରେ ବିଦ୍ବେଷ ଦଙ୍ଗା ଗଣହତ୍ଯା

କରି ଚାଲିଛି ସେ।

ହରାଇ ଚାଲିଛି ତାର ମଣିଷ ପଣିଆ

ସୁଯୋଗ ଦେଖି ମାତୃଜାତିର କରୁଛି ବଳାତ୍କାର

କାପୁରୁଷ ପରି ବଢାଉଛି ବ୍ଯଭିଚାର।

ନିଜକୁ ଯଦି ସେ ପ୍ରଶ୍ନ କରେ

ନାରୀ ବିନା ସୃଷ୍ଟିର ସମ୍ଭାବନାକୁ ନେଇ

ଉତ୍ତରଟା ହତବମ୍ବ କରିଦେବ ତାକୁ।

ନାରୀ ବିନା ସୃଷ୍ଟିର ସତ୍ତା ନାହିଁ

ସବୁ ଜାଣି ମଧ୍ୟ ମଣିଷ ପାଲଟିଛି ହିଂସ୍ର

ପୁରୁଷତ୍ବର ଦ୍ବାହି ଦେଇ।

ନିଜ ସ୍ବାର୍ଥ ପାଇଁ ମଣିଷ ଭିତରେ

ଆଜି ଅନେକ ଜାତି

ସମଗ୍ର ବିଶ୍ବରେ ଆଜି କେତେ ଯେ ପ୍ରାଚୀର

ଏବେ ଏବେ ତାଲିବାନ ଦ୍ବାରା

ଆଫଗାନବାସୀ ଆତଙ୍କିତ।

ନାରୀକୁ ମିଳୁ ନାହିଁ ମର୍ଯ୍ଯାଦାରେ ବଞ୍ଚିବାର ରାସ୍ତା

ତାଲିବାନି ଶାସନରେ ଫେରୁଛି ପରଦା ପ୍ରଥା।

ନାରୀଟିଏ ହେବ ନାହିଁ ମନ୍ତ୍ରୀ

ଶୋଷଣ କଷଣ ସହି ପିଲା ଜନ୍ମ କରୁଥିବ

ହେଉ ସେ ବୈଧ ଅବା ଅବୈଧ ସନ୍ତାନ ।

ସମସ୍ତେ ଆଜି ନୀରବ ଦ୍ରଷ୍ଟା

ଯଦିଓ ସମସ୍ତଙ୍କ ମନରେ ଚିହିଁକି ଉଠୁଛି ସେ ପ୍ରଶ୍ନ

କେବେ ହେବ ତାଲିବାନି ଶାସନର ଅନ୍ତ

ନାରୀଟିଏ ଜୀଇଁବ ତା ସ୍ବାଧୀନ ଜୀବନ।

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy