Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SAHITYA TARJUMAN

Tragedy

3  

SAHITYA TARJUMAN

Tragedy

କଲମ ମୁନ

କଲମ ମୁନ

1 min
213


ଆଖିର ଲୁହକୁ, ଯେବେ ମୁଁ ପିଇଛି, 

କଲମ ମୁନରୁ, କବିତା ଝରିଛି । 

ବିରହ ନିଆଁରେ, ଯେବେ ମୁଁ ଜଳିଛି, 

କଲମ ମୁନରୁ, କବିତା ଝରିଛି ।


ଜୀବନ ବାଟରେ, ଚାଲୁଥିଲା ବେଳେ, 

ଅନ୍ୟାୟ ବିରୁଦ୍ଧେ ଲଢୁଥିଲା ବେଳେ, 

ଅନ୍ଧାରକୁ ଦେଖି, ଯେବେ ମୁଁ ଡରିଛି, 

କଲମ ମୁନରୁ, କବିତା ଝରିଛି ।


ଆଶା ଆକାଂକ୍ଷାର, ମାନେ ତ ଜୀବନ, 

ଉଦ୍ଦେଶ୍ୟ ବିନା କି, ରହିବ ଜୀବନ, 

ଇଚ୍ଛା ଯେବେ ମନ, ଭିତରେ ମରିଛି, 

କଲମ ମୁନରୁ, କବିତା ଝରିଛି ।


କାଗଜ କଲମ, ଭାଷା ସାହିତ୍ୟରେ, 

କବିଙ୍କ ମେଳରେ, କବିତା ଆସରେ, 

ଲୁହ ପୋଛି ଯେବେ, ହସି ମୁଁ ପାରିଛି, 

କଲମ    ମୁନରୁ,   କବିତା   ଝରିଛି ।



Rate this content
Log in

Similar oriya poem from Tragedy