STORYMIRROR

Amita Dash

Tragedy Inspirational Children

3  

Amita Dash

Tragedy Inspirational Children

ରେବତୀ

ରେବତୀ

1 min
240


କାଳ୍ପନିକ ନୁହେଁ ଶ୍ରୋତା ଗଣ ସତ କାହାଣୀ ଟିଏ।

କାହାଣୀ ର ମୁଖ୍ୟ ନାୟିକା 'ରେବତୀ' ନାଁ ରେ ଥିଲା ଗାଉଁଲି ଝିଅ ଟିଏ।

ବ୍ୟାସ କବି ଫକୀର ମୋହନ ସେନାପତି ଙ୍କର ହାତଗଢା ଜୀବନ୍ତ କଣ୍ଢେଇ ଟିଏ।

ବାପା,ବୋଉଙ୍କର ଥିଲା ଏକୋଇର ବାଳା ଗେହ୍ଲୀ ରାଣୀ ଟିଏ।

କି ବେଳରେ 'ରେବତୀ' ର ପାଠ ପଢା ପାଇଁ ବାପ, ଝିଅ ମନ କଲେ,ସୁଖର ସଂସାର ଉଜୁଡିଗଲା ସାଧୁଜନେ।

ଏକଥା ମୁଁ ନୁହେଁ 'ରେବତୀ' ର ଜେଜି ମାଁ ର ଅନ୍ଧବିଶ୍ୱାସ କୁହେ।

ସୁଷମ ଖାଦ୍ୟାଭାବ, ଦୂଷିତ ପାଣି,ସାମାଜିକ ଜାଗରୁକତା ର ଘୋର ଅଭାବ ଥିଲା ସେତେବେଳେ।

ହଇଜା ରୂପକ ମହାମାରୀ , ଲୋକଙ୍କୁ ଲାଗୁଥିଲା ଠାକୁରାଣୀ ଙ୍କର କୋପ ସିଏ।

ପଣାପାଣି,ଝୁଣା ଧୂପ ଭଗାଇବ ମହାମାରୀ କୁ ଗାଁ ଠୁ ଦୂରେ।

ଲୋକଙ୍କର ମାନସିକ ଚେତନା କେତେ ଅନଗ୍ରସର ଥିଲା ବୁଝି ପାରୁଥିବେ।

ସେତେବେଳର ସମାଜକୁ ଚାହିଁ ଝିଅ ପିଲା ପଢିବେ ବୋଲି ସରକାର ଅଲଗା ସ୍କୁଲ ଖୋଲିଥିଲେ।

'ରେବତୀ' ବେଚାରୀ ଇସ୍କୁଲ ନ ଯାଇ 'ବାସୁଦେବ' ପାଖେ ପଢ଼ୁଥିଲା ରହି ଘରେ।୧୨

ସଚେତନତାର ଅଭାବରୁ ମହାମାରୀ ପାଇଁ ଅକାଳରେ ପରିବାର ର ସମସ୍ତେ ମରିଗଲେ।

କୁ ଶିକ୍ଷା,କୁ ସଂସ୍କାର ର ଅନ୍ଧାରିଆ ଗଳିରେ ଅନେକ ପରିବାର ବଳି ପଡୁଥିଲେ।

'ରେବତୀ' ପାଠ ପଢା ପାଇଁ ଜେଜେମା ପାଖେ ଲୋ ରେବୀ,ଲୋ ନିଆଁ ,ଲୋ ଚୁଲି ହୋଇ ରହିଗଲା କାହାଣୀ ପଢୁଥିବା ଲୋକଙ୍କ ପାଖରେ କାଳେ କାଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy