STORYMIRROR

Padmalaya Mishra

Fantasy

3  

Padmalaya Mishra

Fantasy

ରେ ମନ

ରେ ମନ

1 min
13.7K


ରେ ମନ . . . .

ତୁ ସରସୀ ନା ସରିତା ନା ସାଗର

ବୁଝି ମୁଁ ପାରୁନି

ତୋ ମତି ଗତି . .

ସ୍ଥିର ହୋଇ ରହୁ ଯେବେ

ସରସୀ ଜଳ ପ୍ରାୟ

ଫୁଟଇ ପଦୁଅଁ

ଅହଂ ଭାବର ପଙ୍କେ

ତୋଳିନେଲା ପରେ ପଦ୍ମ

ରହିଯାଏ ଖାଲି ଅହଂର ପଙ୍କ . . . .

ଯେବେ ଗତିଶୀଳ ରହୁ

ସରିତା ସମ

ଭେଟୁ କେତେ ଘଟଣା ଦୁର୍ଘଟଣା

ପଥ ପରିବର୍ତ୍ତନ କରୁ

ତ କେବେ ବୁଝୁନା କାହା ଭାବନା

ସାଗର ସହ ଭେଟିବାର

ଲକ୍ଷ୍ୟରେ ମସଗୁଲ୍ ବହି ଚାଲୁ

ସାଗର ପରି ଯେବେ

ହେଉ ତୁ

କେବେ ଜୁଆର ଉଠେ

ପୁଣି ପଡ଼ିଯାଏ ଭଟ୍ଟା

କେହି ତୋ ବେଳାଭୂଇଁରେ

ଅଶାନ୍ତ ରୂପକୁ ଦେଖେ

କିଏ ଦେଖେ ତୋ ଗଭୀରତାରେ

ସୁନ୍ଦର ଆକର୍ଷଣୀୟ ଦୃଶ୍ୟ

ମୁଁ ପଡ଼ିଛି ଦ୍ୱନ୍ଦରେ

ତଥାପି ତୋ ଛନ୍ଦରେ

ବିତିଯାଏ ଦିନ ବିତଇ ରାତି

ଚାଲଇ ମୁଁ

ଯେଣେ ତୋର ଗତି . . . . ।।


ପଦ୍ମାଳୟା


Rate this content
Log in

Similar oriya poem from Fantasy