STORYMIRROR

Prafulla Chandra Mishra

Thriller Others

3  

Prafulla Chandra Mishra

Thriller Others

ରେ ଦୂରଭାଷ ଯନ୍ତ୍ର

ରେ ଦୂରଭାଷ ଯନ୍ତ୍ର

1 min
11.4K

ଦିନ ତ ବଦଳେ ସମୟ ବଦଳେ ମଣିଷ ବି ଯାଏ ବଦଳି

ମନ ତ ବଦଳେ ତାଳେ ତାଳେ ତା’ର ସଂସାର ବି ଯାଏ ବଦଳି ।।


ପୁରୁଣା କୁ ଛାଡି ନୂଆ ନୂଆ ରଙ୍ଗ ଭିତରେ ମନତ ମଜ୍ଜଇ

ଚାକଚକ୍ୟ ରୂପ ମୋହରେ ଏପରି ପୁରୁଣା ବରଜି ଦିଅଇ ।।


ପୁରୁଣାକୁ ଏତେ ତୁଚ୍ଛ ମଣଇ ସତେ ଯେପର ଦାଣ୍ଡର ଧୂଳି

କେବେ କେବେ ମନେ ପଡିଗଲେ ପୁଣି ମନ ଯାଉଥାଏ କରୁଳି ।।


ମନେପଡିଯାଏ ପୁରୁଣା ପ୍ରଣୟ ମୋ ପ୍ରୀୟା ର ପୁରୁଣା କଥା

ନୂତନତା ରଙ୍ଗ ଆସକ୍ତେ ମୋ ସାଥୀ ଭୁଲିଛି ପୁରୁଣା ପ୍ରଥା ।।


ପୁରୁଣା ସୁଆଗ ଆଦର ସଂପର୍କ ସେ ଭୁଲିଛି ଅଭୁଲା ଦିନ

ଆଜିସେଇ ନୂଆ ବନ୍ଧନେ ନବୀନ ଉଲ୍ଲାସେ ତଲ୍ଲିନ ତା ମନ ।।


ତଥାପି ପୁରୁଣା ମୋ ପାଇଁ ସୁନ୍ଦର ମୁଁ ଭୁଲିତ ପାରିନି ତାକୁ

ତା ପୁରୁଣା ମଣିଷ, ତା’ର ରୂପଛଟା ଅର୍ହନିସି ଖେଯେ ତାକୁ ।।


ମେଜ ପରେ ଆହା ସତେ କି ଲାବଣ୍ୟ ତା ରଙ୍ଗ ବେରଙ୍ଗ ର ଦେହ

ଶଂଖ ମଲ ମଲ ତା ଗଢ଼ଣ ମସୃଣ ମନେ ପଡିଯାଏ ମୁହଁ ।।


କେତେ ତା’ର ନୂଆ ଅବତାର ଆଉ ତା ସମକକ୍ଷ କେହି ନୁହେଁ

ଆଜି ମୁଁ ଖୋଜୁଛି ପୁରୁଣା ସାଥୀ ଯିଏ‌ ହୃତ ଆଣିଦେବ କିଏ ।।


ହଜି ଯାଇଅଛି ପୁରାତନ ସ୍ନେହ ସରଧା ସରାଗ ପିରତି

ମଜ୍ଜିଗଲା ଭାବ ଭାବନା ରାଇଜେ ନୂଆ ରୂପରେ‌ ଗୋ ଏମିତି  ।।


ପୁରାତନେ ଭୁଲି,ନୂତନ ଦ୍ରବ୍ୟରେ ମନ‌‌ ଭଳିଗଲା ତାହାରେ

ସେ ଦିନର ସାଥୀ ଦୂରଭାଷ ତୁମେ ଖୋଜେ ମୋର ମନ ମେଜରେ ।।


ଜାଣିଅଛି ଆଉ ତୁମେ ଆସିବନି ମୁଁ ଭୁଲିନି ରେ ପ୍ରିୟ ସାଥୀ

ମନେତ ରହିଛି ରହିଥିବ ପରା ଏ କବି ମନେ ସ୍ନେହ ପ୍ରୀତି ।।


ତୁମ ରୂପ ଯେତେ ଦିଅବା ବଦଳି ମୋ ପାଇଁ ସେପରି ‌ତୁମେତ

ଦୂରଭାଷ ଯନ୍ତ୍ର କବି ହୃଦୟରେ ଯଥା ପ୍ରୀୟା ପରି ବର୍ଣ୍ଣିତ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller