ରାଜହସ୍ତୀ ଓ କାଳଜୟୀ
ରାଜହସ୍ତୀ ଓ କାଳଜୟୀ
ସେ ଆସିଲେ
ଆଶା ଭରସା ,ରାଗ ରୁଷା
ଦ୍ୱେଷ ହିଂସା କୁ ନେଇ
ମୋଟା କମ୍ବଳ ତଳେ
ନିଘୋଡ଼ ନିଦରେ ଶୋଇ ଯାଏ ବିଚରା ଜୀବନ l
ତା ପରେ...
ସବୁ ଶେଷ...
ଆୟୁଷୁଷ କୁ ହିଂଶୁକୁଟିଆ ସମୟ
ଖପ୍ କିନା ଝାଂପି ନିଏ l
ଏଇ ଅଭାବନୀୟ ଚିତ୍ର କେକେବେଖିଚ କି???
ଆଶ୍ଚର୍ଯ୍ୟ ହେଉଛ ନା...
କୁଆଡେ ଗଲା ସେ ସ୍ନେହ ପ୍ରେମ
ଗର୍ବ ଅହଙ୍କାର
ଜ୍ଞାନ ଆହରଣ l
କେବେ ମିଳିଛି ତା ଆଗମନ ର ପୂର୍ବ ଭାଷ କିଛି l
କିନ୍ତୁ ବ୍ରୁ.... ଅଁ...
ବୃ... ଓଁ... ନାଦ ରେ ନିନାନିଦ କରି
କେହି ଜଣେ ଘୁରିବୁଲେ
ପଢ଼ି ଶୁଣି ତାର ଆସିବା ଭାଷାକୁ
କରିନିଏ ଅନୁମାନ
ସଞ୍ଜ ରୁ ସକାଳ ଯାଏଁ
ଭୂଇଁ ରୁ ଭୁଆଁ ଯାଏଁ l
ସବୁ ସଖା ସହୋଦର, ଜ୍ଞାତି କୁଟୁମ୍ବ କୁ
ପଛରେ ପକାଇ ହୋଇ ଯାଏ ଗୋଠ ଛଡ଼ା l
ମଶାଣି ଭୁଇଁରେ ସେ କରେ ସାକ୍ଷାତ
ଥୋଡ ପାହାଡ ରେ ଅରପି ଦିଏ
କଲା କର୍ମ ର ହୃଦ୍ କମଳ l
ଥରି ଉଠେ ବିଚିତ୍ର ପୃଥିବୀ,
ଚମକି ଉଠେ ଖୋଲାଆକାଶ ,
ଚହଲି ଉଠେ ସପ୍ତ ସାଗର,
ଧଇଁ ସଇଁ ହୁଏ ପତଳାପବନ l
ଆଉ ନାଦ କରେ ଗୋଟିଏ ସତ୍ୟ
ଶୁଣି ଚମକି ଯାଉଛ
ପରତେ ଯାଉନ?
ତେବେ ଯା... ଅ.....
କ୍ଷେତ୍ର ରାଜ ଶ୍ରୀକ୍ଷେତ୍ର ର କୋଇଲି ବୈକୁଣ୍ଠକୁ
ଉତ୍ତର ଦ୍ଵାର ରେ ପାଇଯିବ ସବୁ ଯୁଗ ଉତ୍ତର
କାଳ ଜୟୀ ହସ୍ତୀ ଖବର l
