STORYMIRROR

Mamata kumari Behura

Fantasy

4  

Mamata kumari Behura

Fantasy

ପୂଜା ଫୁଲ

ପୂଜା ଫୁଲ

1 min
262


ପୂଜା ଫୁଲ ମୋତେ କର ମହାପ୍ରଭୁ

ପୂଜା ଫୂଲ ମୋତେ କର

ଗଳାରେ ତୁମର ଝୁଲିବି ପ୍ରଭୁ ହେ

ନୀତି ହୋଇ ଫୁଲ ହାର।


କୋଟି ଜନମର ପୂଣ୍ୟ ମୁଁ ଲଭିବି

ତୁମ ମଥାପରେ ରହି

ଜୀବନ ମୋହର ସାର୍ଥକ ହୋଇଵ

ତୁମ ପାଦେ ଲାଗି ହୋଇ।


ଵାସନାରେ ମୋର ମହକାଇ ଦେଵି

ସାରା ଦୁନିଆଁକୁ ପୁଣି

ତୁମ୍ଭରି ଆଶିଷ ଲୋଡା ମୋର ପ୍ରଭୁ

ଜୀବନ ପାରିବି ଜିଣି।


ପୂଜା ଥାଳି ଵିମଣ୍ଡନ ମୁଁ କରିବି

ଭୋଗ ଧୂପ ସାଥେ ରହି

ଧୂପ ଦୀପ ସହ ଲାଗି ହେବି ମୁଁ ଯେ

ନୈଵେଦ୍ୟ ସହିତ ଯାଇ।


ବଗିଚାରେ ନିତି ଫୂଟି ହସେ ବୋଲି

ସର୍ଵେ କରନ୍ତି ଆଦର

ତୁମ ପାଦତଳେ ସ୍ଥାନ ପାଇଗଲେ

ଜୀବନ ସାର୍ଥକ ମୋର।


ତୁମରି କରୁଣା ପାଇ ମୁଁ ଯେ ଫୁଟେ

ଅଳପ ସମୟ ପାଇଁ

ତୋଳି ନିଏ ମାଳୀ ଗଛରୁ ଛିଣ୍ଡାଇ

ତୁମପାଦ ପୂଜା ପାଇଁ।


ଅଳ୍ପାୟୂଷ ହେଲେ ହେଉ ପଛେ ପ୍ରଭୁ

ତୁମରି ପାଖକୁ ନିଅ

ପୂଜା ଫୁଲ ମୋତେ କରି ଦିଅ ପ୍ରଭୁ

ହେଉଥାଏ ତୁମ ପ୍ରିୟ।


Rate this content
Log in

Similar oriya poem from Fantasy