ପୁଅ
ପୁଅ
ହଁ ସ୍ଵାଧୀନତା ମିଳିଛି ମନଇଚ୍ଛା ବୁଲିବାର
ହେଲେ କାନ୍ଦିବାର ନୁହଁ
ତୁମେ ତ ଦୁଃଖ ହେଲେ ମନ ଭରି କାନ୍ଦି ନିଅ
କେବେ ଚେଷ୍ଟା କର ନିଜ ଲୁହକୁ ରୋକିବାର
ବୁଝିବ କେତେ କଷ୍ଟ ଥାଏ ପୁଅ ହେଇ ଜନ୍ମ ନେବାର
କେବେ କାହା ଆଗରେ କାନ୍ଦିଲେ ମୁଁ ଝିଅ
ନହେଲେ ହିଞ୍ଜଡ଼ା ର ଆଖ୍ୟା ପାଇଯାଏ
କିଏ ଜାଣେ କେଉଁ ଦୋଷ ର ଦଣ୍ଡ ଆମର
କଥା କହିବାର ସ୍ଵାଧୀନତା ମିଳିଛି
ହେଲେ ବେକାର ର ଟ୍ୟାଗ ବି ମୋତେ ହିଁ ମିଳିଛି
କେବେ ଶୁଣିନଥିବ କେଉଁ ଝିଅ କୁ କିଏ ବେକାର କହିବାର
ପ୍ରତ୍ୟେକ କବିତା,ପ୍ରତ୍ୟେକ ଭାବନା ମୁଁ ମା ପାଇଁ
ଲେଖିଛି ଆଉ ଭାବିଛି
ହେଲେ ବାପାଙ୍କ ପାଇଁ କେବେ କେବେ
ଦୁଇ ଚାରି ପଦ ଲେଖିଛି
ବାପାଙ୍କର ସେ ବଡ଼ ବଡ଼ ଆଖି ଦୁଇଟିକୁ
ମୁଁ ସବୁବେଳେ ଡରିଛି
କେବେ କଣ ତାଙ୍କ ହୃଦୟ ଭିତରେ ଥିବା
ସ୍ନେହ ଆଉ ଭଲପାଇବା କୁ ବୁଝିଛି
ଟିକେ ଝୁଣ୍ଟି ପଡ଼ିଲେ ମଧ୍ୟ ମୁଁ
ମାଆ ମାଆ ଡାକିଛି
ବାପାଙ୍କୁ କଣ ପାଇଁ ମୁଁ ଦୂରେଇ ଦଉଛି
ମାଆ ଦଶ ମାସ ଗର୍ଭରେ ଧରି ଜନ୍ମ ଦେଇଛନ୍ତି
ମାଆ ବହୁତ୍ ମହାନ ମୁଁ ମାନୁଛି
ହେଲେ ବାପା ବି ତ କେତେ ଯତ୍ନ ନେଇଛନ୍ତି
ମୁଁ ପୁଅ ମୁଁ ନିଜେ ରାନ୍ଧି ପାରେନି
ନିଜେ ଲୁଗା ସଫା କରି ପାରୁନି
ବୋଲି କହି ବାରମ୍ବାର ଅଭିନୟ କରିଚାଲିଛି
ହେଲେ ଯେବେ ଦାଦନ୍ ପାଇଁ ବାହାରକୁ ଯାଇଛି
12ଘଣ୍ଟା କାମ ପରେ ନିଜେ ଆସି ରୋଷେଇ କରି ଖାଇଛି
ସମସ୍ତେ କୁହନ୍ତି କେତେ ପୁଣ୍ୟ କାମ
ନିଜ ବାପା ମାଙ୍କ ମୁଁହରେ ନିଆଁ ଦେବା
ହେଲେ ନିଆଁ ଦେଲା ବେଳେ
ଅନେକ ଯନ୍ତ୍ରଣା ମୁଁ ଅନୁଭବ କରିଛି
ଯିଏ ଦିନେ ଜଳି ଜଳି ମୋତେ ଖୁସି ଦେଇଛି
ମୋରି ନିଜର ହାତରେ ମୁଁ ତାଙ୍କୁ ଜଳେଇ ଦେଇଛି
ସବୁ ପୁଅ ସମାନ ନୁହନ୍ତି
ବସର ଭିଡ଼ କିମ୍ବା କେଉଁଠି ଯଦି
ଅଜାଣତରେ କେଉଁ ଝିଅ ସହ
ଦେହ ଟିକେ ବାଜି ଯାଇଛି
ଅଭଦ୍ର ଆଉ ଚାପୁଡ଼ା ଟିଏ ବି ବିନା କାରଣରେ ଖାଇଛି
ହଁ ସ୍ଵାଧୀନତା ପାଇଛି ବଞ୍ଚିବାର
ହେଲେ କେତେଦିନ
18-19ହେଲା ବେଳକୁ ଘରର ପରିସ୍ଥିତି
ଦେଖି କେଜାଣି କେତେ ତ୍ୟାଗ ମୁଁ କରିଛି
ବାପାଙ୍କ ପ୍ରିୟ କେବେ ଚାପୁଡ଼ା ଟିଏ ଖାଇନି
ହେଲେ ଚାକିରି ପାଇଁ ହଜାର ଧକ୍କା ମୁଁ ହିଁ ଖାଇଛି
ଝିଅ ଯେତେବେଳେ ବିଦାୟ ନିଅନ୍ତି
ବହୁତ୍ ଆଖିରେ ଲୁହ ଦେଖିଛି
ହେଲେ ମୁଁ ଯେବେ ଚାକିରି ପାଇଁ ବାହାରକୁ ଯାଇଛି
ମୋ ଭିତରେ ଲୁହ ଆଉ ଅନ୍ୟ ଭିତରେ ଖୁସି ଦେଖିଛି
ପୁଅ ରୋଜଗାର କରିବ ଏଇ ଆଶାରେ ବାପାମାଆ ଙ୍କୁ
ଖୁସି ହେବାର ମୁଁ ଦେଖିଛି
ହେଲେ ମୁଁ ଘର ଛାଡ଼ି ଯିବାର ଦୁଃଖ
ନିଜେ ହିଁ ଏକା ଏକା ଖାଲି ଭୋଗିଛି
ଘରର ପୁରା ଦାୟିତ୍ଵ ର ବଝୋ ମୁଣ୍ଡରେ ବହୁଛି
ଯେତେ ଭାରି ହେଲେ ବି ଏକା ଏକା ସହିଛି
ମାଆ ଆଉ ବୋହୂଙ୍କ ଭିତରେ କଳିରେ
ବାରମ୍ବାର ମୁଁ ହିଁ ଫସିଛି
ସ୍ତ୍ରୀ ବାରମ୍ବାର ମହିଳା କମିଶନ ଆଉ ଥାନା ର ଧମକ ଦେଇଛି
ସେଇ ଡରରେ ଯେବେ ବାପା ମାଆଙ୍କ ଠୁ ଦୂରେଇ ରହିଛି
ବେଇମାନ ଧୋକବାଜ ର ଗୋଟେ ନାଆ ଦୁନିଆ ମୋତେ ଦେଇଛି
ମର୍ଦ୍ କ କଭି ଦର୍ଦ୍ ନେହୀ ହୋତା
ହୋତା ହେ ବାସ୍ ପୁଛନେ ବାଲା ଚାହିୟେ।
ଝିଅଙ୍କ ସହ ମୁଁ ତୁଳନା କରିନାହିଁ ପୁଅଙ୍କ ସତ ଟା ହିଁ ଲେଖିଛି।
ପୁଅ ଝିଅ ସବୁ ହେବାରେ କଷ୍ଟ ଥାଏ। ଜୀବନ ମାନେ ହିଁ କଷ୍ଟ।