ଓଡିଆଣୀ
ଓଡିଆଣୀ
ଯାହା ମଥାରେ ଓଢ଼ଣା ଥାଏ ଲୋ ସଜନୀ,
ସିଏ ତ ଓଡ଼ିଆଣୀ
ଯାହା ମଥାରେ ସିନ୍ଦୁର ଥାଏ ଲୋ ସଜନୀ,
ସିଏ ତ ଓଡ଼ିଆଣୀ।
ଅଗଣାରେ ଯିଏ ପକାଏ ଗୋବର ପାଣି,
ସିଏ ତ ଓଡ଼ିଆଣୀ
ତୁଳସୀ ମୂଳରେ ଦିଏ ଯେ ସକାଳୁ ପାଣି,
ସିଏ ତ ଓଡ଼ିଆଣୀ।
ଦିଅଁଙ୍କୁ ନ ପୂଜି ପିଏନାହିଁ ଯିଏ ପାଣି,
ସିଏ ତ ଓଡ଼ିଆଣୀ
ସଭିଙ୍କ ମଂଗଳ ମନାସୁ ଥାଏ ଯେ ଜାଣି,
ସିଏ ତ ଓଡ଼ିଆଣୀ।
ଯା ମନେ ଅଛି ସ୍ନେହ ଶରଧା
ଦୟା ମୁଣି,
ସିଏ ତ ଓଡ଼ିଆଣୀ
କ୍ଷମା ସାଗର ଯେ ଧୈର୍ଯ୍ୟଧାରିଣୀ ଜନନୀ,
ସିଏ ତ ଓଡ଼ିଆଣୀ ।
ଯା ହାତ ପରଶେ ମାଟି ହୁଏ ସୁନା ପୁଣି,
ସିଏ ତ ଓଡ଼ିଆଣୀ
ଯାହାର ପଦିଏ କଥା ମନ ନିଏ କିଣି,
ସିଏ ତ ଓଡ଼ିଆଣୀ ।
ପରିବାର କଥା ବୁଝୁଥାଏ ଆପେ ଭୁଲି,
ସିଏ ତ ଓଡ଼ିଆଣୀ
ସଭିଙ୍କ ସେବା ଯେ କରୁଥାଏ ରୋଗେ ପଡି,
ସିଏ ତ ଓଡ଼ିଆଣୀ ।
ପୁରା କରେ ଆନ ସ୍ବପ୍ନ ନିଜ ଇଚ୍ଛା ଭୁଲି,
ସିଏ ତ ଓଡ଼ିଆଣୀ
ଆନ ପାଇଁ ଆପେ ଯିଏ ଦିଏ ଜଳାଞ୍ଜଳି,
ସିଏ ତ ଓଡ଼ିଆଣୀ ।
