STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

କାହିଁକି ଆମେ ପଳାତକ

କାହିଁକି ଆମେ ପଳାତକ

1 min
123

କାହିଁକି ଆମେ ଆଜି ପଳାୟନପନ୍ଥୀ

କାହିଁକି ଆମେ ପଳାତକ

ସତ୍ୟ ନ୍ୟାୟ ଠାରୁ 

ଆମ ଦୂରତା ଅନେକ

ମିଥ୍ୟା ପ୍ରବଞ୍ଚନା ଆମ

ହୋଇଛି ସଭିଙ୍କ ଭେକ

କର୍ମ ଠାରୁ ଦୂରେଇ ଯାଇ

ପସନ୍ଦ ଆମର ହୋଇଛି ଭିକ

ଆମେ କର୍ମ ଭୀରୁ 

 ଆଜି ଆମେ ପଳାୟନ ପନ୍ଥୀ

 ଆମେ ପଳାତକ ।


 ନିଛକ ସତ୍ୟ ଶୁଣିବାକୁ

 ଆମ ନାହିଁ ଧୈର୍ଯ୍ୟ

 ଆମ ଋଗ୍ଣ ମାନସିକତା

 ଆମକୁ ସଜାଇଛି ହୀନ ବୀର୍ଯ୍ୟ

 ମିଛ ପ୍ରତିଶ୍ରୁତି ମିଛ ଭାଷଣ

ଶିଖାଏ ଆମକୁ ଶୋଷଣ

 ଯେତେ ଦୁଃଖ ଦୁର୍ଦ୍ଦଶା

 ହେଲେ ବି ଆମେ ଯେତେ ଲୋକହସା

 ସେଥିରେ ନ ଥାଏ ଆମ ଦୁଃଖ

 ବଞ୍ଚିବୁ ଆମେ ସରକାରୀ ପଡି ଖାଇ

 ଆମ ଆତ୍ମସମ୍ମାନ ଓ ସ୍ଵାଭିମାନ କୁ

 ସବୁ ଆମେ ପୋଡିଖାଇ

 ବିଲ ବାଡି ସବୁ ପଡିଆ ପକାଇ

  କୋଢିଆ ହୋଇ ଆମେ

  ମାଗିବୁ ଭିକ

  ତଥାପି ଆମ ମନ ଓ ଆତ୍ମା

  ପଚାରେ ଆମକୁ

  କାହିଁକି ଆମେ ପଳାତକ ।


  ଅହିଂସାର ମାର୍ଗ ପରିତ୍ୟାଗ କରି

  ହିଂସା ମାର୍ଗ ଆପଣାଇ

  ଆଶ୍ରା କରେ ଆମେ ଆଜି ଗୁଳି ବନ୍ଧୁକ

  ଶିକ୍ଷା ଦୀକ୍ଷାକୁ ଆମ ଧିକ

  ବୁଦ୍ଧିଜୀବି ସମାଜ ସଂସ୍କାରକ

  ସବୁ ହୋଇଛନ୍ତି ମୁକ

  ଅନ୍ଧ ଧୃତରାଷ୍ଟ୍ର ସାଜି ନେତୃବୃନ୍ଦ

  ଜନଗଣଙ୍କୁ ମଗାନ୍ତି ଭିକ

  ଆସନ ପାଇଁ ଶାସନ ପାଇଁ

  ଯୁବ ସମାଜକୁ ବେକାର ସଜାଇ

  ଶାସକ ଗୋଷ୍ଠୀ ବନାନ୍ତି

  ସେମାନଙ୍କୁ ଭ୍ରଷ୍ଟ ପଥର ପଥିକ

  ସେ ପାଇଁ ଯୁବ ସମାଜ ଦିଗହରା

  ଛାତ୍ର ସମାଜ ଅନ୍ଧ ଭକ୍ତ ସାଜି

  ଭାଗ ଭାଗ ଆଜି ଆମ 

  ରାଜନେତାଙ୍କ ଦ୍ଵାରା

  ଛାତ୍ର, ଯୁବକ,କୃଷକ,

  ଶ୍ରମିକ, ବୁଦ୍ଧିଜୀବି, କବି ଓ ଲେଖକ

  ଅଣ ସଂଗଠିତ ସଭିଏଁ ଆଜ    

ନୁହଁନ୍ତି ଭାଇରେ କେହି ଏକ

   ମିଛ ପ୍ରତିଶୃତି ମିଛ ପ୍ରଲୋଭନେ ପଡି

  ଏ ଶୋଷଣ ତନ୍ତ୍ର ଶାସନ ବ୍ୟବସ୍ଥା

   ସଭିଙ୍କୁ କରିଅଛି ମୁକ

   ଜନଗଣଙ୍କୁ ସଜାଇ ମୂର୍ଖ

   ଜନତା ଜନାର୍ଦ୍ଦନ ଭାବନ୍ତି 

    ଆମ ଭିଟାମାଟି ରେ 

    ସାଜିଛୁ ଆମେ କାହିଁକି ପଳାୟନପନ୍ଥୀ

    କାହିଁକି ଆମେ ପଳାତକ 

    ଆମ ଦେଶେ ରହି କାହିଁକି ସାଜିଛୁ

    ଆମେ ପଳାତକ ।        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract