STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ଜୀବନର ଚଲାପଥ

ଜୀବନର ଚଲାପଥ

1 min
232

  ଜୀବନର ଚଲାପଥ

  ଆଜି ଆମ କେତେ ଅଙ୍କାବଙ୍କା

  ସେ ଅଙ୍କା ବଙ୍କା ରାସ୍ତାରେ

  ଆମେ ସଭିଏଁ ଚାଲିଛେ ଏକା ଏକା ।


  କା ସାଥେ ନାହିଁ ଆମର

  କାହାର ସମନ୍ଵୟ

  ଚତୁର୍ଦ୍ଦିଗେ ଖେଳିଛି

  ଅବିଶ୍ବାସ ର ଭୟ

  ସଭିଙ୍କ ମନ ଓ ଆତ୍ମାରେ

  ପ୍ରବେଶିଛି ଛନକା

  କେତେ କୂଟ କପଟ ମଧ୍ୟେ

  ଜୀବନ ବିତାଏ ଆମେ ଏକା ଏକା

  ସତେ ଆମ ଜୀବନର ଚଲାପଥ

  କେତେ ଅଙ୍କାବଙ୍କା ।


  ସଭିଙ୍କୁ ଲୋଡା କ୍ଷମତା ଆସନ

  ସଭିଙ୍କୁ ଲୋଡା ବିଡା ବିଡା ଟଙ୍କା

  ସଂସ୍କାର ବିହୀନ ସଂସ୍କୃତି ବିହୀନ

  ଆମ ମଣିଷ ପଣିଆ ହୋଇଛି ଫାଙ୍କା

 ମୁଖରେ ରାମ ନାମ 

  ଅନ୍ତରେ ଧରିଛୁ ରାବଣର କର୍ମ

  କ୍ରୋଧାଗ୍ନିରେ ଜଳୁଛି ଆମ

  ସାମାଜିକ ସ୍ଵର୍ଣ୍ଣ ଲଙ୍କା

  ହିଂସା ଦ୍ଵେଷେ ବିଭୋର ହୋଇ

  ଜୀବନ ଜୀବିକା କୁ ଆମେ

  ସର୍ବେ ମିଳି କରୁଛେ ସମୀକ୍ଷା

  ହେଲେ ଶ୍ରେଷ୍ଠ ଜୀବ ମଣିଷର

  ସବୁଥାଇ ଜୀବନ ଓ ଜୀବିକା ପାଇଁ

  ଧରୁଛି ବୃତ୍ତି ତା ଭିକ୍ଷା 

  ସଭ୍ୟ ଶିକ୍ଷିତ ମଣିଷ ଗୁଡାଙ୍କ

  ଜୀବନ ର ଚଲାପଥ 

  କେତେ ଅଙ୍କାବଙ୍କା ।


   ଚିର ସବୁଜ ଆମ ଏ ଧରା

   ହେଉଛି ସର୍ବହରା

   ମନୁଷ୍ୟ ହେଉଛି ରୋଗାକ୍ରାନ୍ତ

   ହେଉଛି ପୁଣି ବାସହରା

   ଶସ୍ୟ ଶ୍ୟାମଳା ଆମ ଏ

   ବିଲ ବନ

   ହିଂସ୍ର ମଣିଷ ଜାତି ପାଇଁ

   ହେଉଛି ଶ୍ରୀହୀନ

   ଏତେ ଚତୁର ଜାତିଟା

    ଶାନ୍ତି ସୁଖକୁ ତ୍ୟାଗ କରି

    ସତେ ଯେମିତି ନିଜକୁ 

    ସଜାଉଛି ବୋକା

    ହରାଉଛି ଜୀବନ

    ହରାଉଛି ଜୀବିକା

    ଯୁଦ୍ଧମ୍ ଦେହୀ ଡାକରା ଦେଇ

    ସୁଖ ସ୍ଵାଛନ୍ଦ୍ୟରେ

    କେବଳ ନ୍ୟସ୍ତ ସ୍ଵାର୍ଥ ଗୋଷ୍ଠୀ

    ବଞ୍ଚିବା କୁ ଚାହୁଁଛନ୍ତି ଏକା ଏକା

   ମଣିଷ ପଣିଆ ଓ ମାନବିକତାକୁ

    ଦେଇ ଧୋକା

    ମଣିଷ ହୋଇଛି ପଶୁ ଠାରୁ ହୀନ

    ଈର୍ଷା, ହିଂସା, ଦ୍ୱେଷ ଓ ଅବିଶ୍ବାସର

    ସୃଷ୍ଟି କରି ବାତାବରଣ

    ମଣିଷ ତା ନିଜ ଜୀବନର

    ଚଲାପଥ କୁ କରିଛି ଅଙ୍କାବଙ୍କା ।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract