ନାହିଁ ମୋର ନିଜସ୍ଵ କିଛି
ନାହିଁ ମୋର ନିଜସ୍ଵ କିଛି
ମୁଁ ଏକ ଅସହାୟ
ଅଶାନ୍ତ ଗ୍ରହ
ନାହିଁ ମୋ'ର ନିଜସ୍ବ କିଛି
ନାହିଁ ଆତ୍ମ ପରିଚୟ ।
ଜାଣେନା ମୁଁ କେତେ ଭୁଲ୍
କେତେ ଅବା ଠିକ୍
ସଭିଏଁ ମୋତେ ବନାନ୍ତି ବୋକା
ସମୟ ସହ ତାଳ ଦେଇ ଦେଇ
ଚାଲଛି ଚାଲିବି ଘଣ୍ଟା ପରି ଟିକ୍ ଟିକ୍
ଅସୁମାରୀ ମୋ'ର ଆଶା
ବୁଝେନା ମୁଁ ପ୍ରେମର ପରିଭାଷା
ସେ ପାଇଁ ମୋ ଜୀବନ ଦୁର୍ବିସହ
ମୁଁ ଏକ ଅଶାନ୍ତ ଗ୍ରହ
ନାହିଁ ମୋ'ର ନିଜସ୍ଵ କିଛି
ନାହିଁ ଆତ୍ମ ପରିଚୟ ।
ବୁଝିଛି ମୁଁ ଏତିକି
ଜୀବନର ମାନେ ସମ୍ପର୍କର ପରିଚୟ
ବୁଝିଛି ମୁଁଏତିକି
ମୋ ପ୍ରିୟା ଆଖିରୁ ନ ଝରୁ ଲୁହ
ସଦା ରହୁ ସେହି ସୁଖୀ
ଈଶ୍ଵର କରନ୍ତୁ ତା'ର
ଜୀବନ ସୁଖମୟ
ହେଲେ ମୁଁ ଏକ ଅସହାୟ
ଅଶାନ୍ତ ଗ୍ରହ
ନାହିଁ ମୋର ନିଜସ୍ବ କିଛି
ନାହିଁ ଆତ୍ମ ପରିଚୟ।
ପଶୁ ପରି ଖଟୁଛି
ମାଟିରେ ମୁଁ ଲୁଟୁଛି
ପର ପାଇଁ କେତେ କେତେ ଝୁଣ୍ଟୁଛି
ନିଜ ସୁଖ ସ୍ଵାଛନ୍ଦ୍ୟ ସବୁ କୁ ମୁଁ ଭୁଲିଛି
ନାନା ଘାତ ପ୍ରତିଘାତ ମଧ୍ୟେ
ଏକା ଏକା ଚାଲିଛି
ଏ ଜୀବନ ଏ ଜଞ୍ଜାଳ
ସବୁ ଏକ ଏକ ସତେ କି ଅଦୃଶ୍ୟ ଭୟ
ତଥାପି କାହିଁକି କେଜାଣି
ପ୍ରେମ ପରିଣୟ ପ୍ରତାରଣାକୁ
ଏବେ ବି ମୁଁ ଝୁରୁଛି
ବୁଝି ମୁଁ ପାରେନା ଏ ପ୍ରେମ
ଏ ସମ୍ପର୍କର ମାନେ ରେ କାହିଁକି
ମୋ ଜୀବନ ହୁଅଇ ଅଥୟ
ପାଏନି ମୁଁ ଥଳକୂଳ
ମନ ଆତ୍ମା ମୋ'ର ହୁଏ ନିଃସହାୟ
ମୋ ଜୀବନ ଦୁର୍ବିସହ
ମୁଁ ଏକ ଅଶାନ୍ତ ଗ୍ରହ
ନାହିଁ ମୋ'ର ନିଜସ୍ଵ କିଛି
ନାହିଁ ଆତ୍ମ ପରିଚୟ ।