Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjit Sahu

Romance Tragedy

3  

Ranjit Sahu

Romance Tragedy

ନିଷିଦ୍ଧ ପ୍ରେମର ପରିଭାଷା

ନିଷିଦ୍ଧ ପ୍ରେମର ପରିଭାଷା

1 min
174


ଅଲିଭା ଛବି ମୁଁ ସ୍ଵପ୍ନ ଅପେକ୍ଷାରେ, 

ନିଦ୍ରାବିହୀନ ତୁମ ନୟନରେ,

ବାନ୍ଧିବ ଯାହାକୁ ବାହୁର ବନ୍ଧନେ,

ନିଶିରେ ତୁମେ ଅତି ଗୋପନରେ I


ଅଭିସାର କିଛି ଏମିତି ବି ଥାଏ,

ଭୁଲିବାକୁ ହୁଏ ସବୁ ଲାଜକୁ, 

ନିଷିଦ୍ଧ ପ୍ରାନ୍ତରେ ପାଦ ଦେଇ ପରା,

ଫେରି ହୁଏନା ପୁଣି ସମାଜକୁ I 


ଦୂରେ ଥାଇ ତେଣୁ ମନର ମିଳନେ,

ଖୋଜ ନିତି ତୁମେ ମୋ ନିବିଡ଼ତା,

ମୁଁ ହୁଏତ ଏକ ଅଭିଶପ୍ତ ଅଗ୍ନି,

କରିବ ଦଗ୍ଧ ମୋର ସମୀପତା ।


ତୁମ ପ୍ରଶ୍ଵାସର ଅସୀମିତ ସ୍ରୋତ, 

ହୋଇ ନ ପାରେ ବାର୍ତ୍ତା ମହକର,

ତୁମ ଏକାନ୍ତର ମୁଁହିଁ ଏକା ସାକ୍ଷୀ ,

ହୋଇ ନ ପାରେ ଶେଜ ଗୋଲାପର I 


ମୋ ବିନା କିପରି କରିବ ଶିଥିଳ,

ହୃଦରେ ଜ୍ଵଳନ୍ତ ପ୍ରେମ ନିଆଁକୁ

ସିକ୍ତ ହେବ ତାହା ମୋ ଆଲିଙ୍ଗନରେ,  

କହି ନ ପାର ଏହି ଦୁନିଆଁକୁ ।


Rate this content
Log in

Similar oriya poem from Romance