ଝର୍କାର ର ସେଫାଖେ
ଝର୍କାର ର ସେଫାଖେ
ଝର୍କାର ସେଫାଖେ ଦେଖେ
ଉନ୍ମୁକ୍ତ ଆକାଶ
ଅଗଣିତ ତାରା
ରୁପା ଜହ୍ନ
ଆଉ ସେଫାଳି ମହକ,
ରାତି ଆଉଦିନ
ଉତଙ୍ଗ ପର୍ବତ ଶିଖର
ପକ୍ଷୀମାନେ ଉଡିଯାନ୍ତି ନିଡ଼ ।
ଶାନ୍ତ ସରଳ ବୃକ୍ଷ
ପଶୁ ସମ୍ପଦ ପୁଣି
ଝାଂଜି ଖରା
ଛାଇଓ ଖରାର
ଲୁଚୁକାଳୀ ଖେଳ
ସକାଳର ସୂର୍ଯ୍ୟ
ସନ୍ଧ୍ୟା ହେଲେ ଉପଗତ
ଦୂର ଦିଗବଳୟରେ
ଲୁଚିଯାନ୍ତି ଦିବାକର।
ଦିନ ପରେ ରାତ୍ରି
ସାରାଦିନ ବ୍ୟସ୍ତରେ ଜୀବନ
ରାତ୍ରି ହେଲେ ଫେରିଆସେ ଗୃହ
ଅବିଶ୍ରାନ୍ତ ବିଶ୍ରାମ କୁଟୀର ।