STORYMIRROR

Nibedita Mishra

Romance

3  

Nibedita Mishra

Romance

ପ୍ରେମ ନୂହେଁ ପାପ

ପ୍ରେମ ନୂହେଁ ପାପ

1 min
173


ପ୍ରେମ ନୁହେଁ ପାପ ଏହା ଏକ ନିଷ୍ପାପ ଅନୁଭୂତି

ସବୁ ସ୍ବଚ୍ଛ ହୃହୟରେ ଚାଲେ ଏହାର ରାଜୁତି।

ପ୍ରେମ ଅଟେ ଏକ ପୂଣ୍ଯ ଆରାଧନାର ସ୍ତୋତ୍ର

ଏହାକୁ ପାଠ କରିପାରେ ସେ ଯା ହୃଦୟ ପବିତ୍ର।


ପ୍ରେମ ନୁହେଁ ପାପ ଏହା ଏକ ନଦୀ ପୂଣ୍ଯତୋୟା

ବୁଡିଗଲେ ସେଥିରେ ଦିଶେ ନିଜର ପବିତ୍ର କାୟା।

ପ୍ରେମ ଏକ ଉଛୁଳା ନଈ ବହେ ହୃଦୟରୁ ହୃଦୟ

ମାନେ ନାହିଁ ସେ ବନ୍ଧ ବାଡ ଅବା କିଛି ସମୟ।


ପ୍ରେମ ନୁହେଁ ପାପ ଏହା ଏକ ଅନନ୍ଯ ଅଭିବ୍ଯକ୍ତି

ବୟସର ଭିନ୍ନ ଭିନ୍ନ ମୋଡରେ ହୁଏ ଭିନ୍ନ ଉତ୍ପତ୍ତି।

ସବୁ ସମସ୍ଯାର ସରଳ ସମାଧାନ ଅଟେ ପ୍ରେମ

ମିଳେ ଏହାକୁ ନିର୍ଦ୍ବନ୍ଦେ ସବୁଠି ସ୍ବୀକୃତି ଓ ସମ୍ନାନ।


ପ୍ରେମ ନୁହେଁ ପାପ ଏହା ଏକ ମହାପୂଣ୍ଯର ଶବ୍ଦ

ସବୁ ଜୀବନେ ରହିଛି ଏହାର ଆବଶ୍ଯକତା ନିତ୍ଯାନ୍ତ।

ପ୍ରେମ ଏକ ପ୍ରତିଶୃତି ଓ ସମର୍ପଣର ଚୁକ୍ତି ସ୍ବାକ୍ଷର

ବଞ୍ଚି ରହିବାକୁ ବିଶ୍ବାସଟି ଏକମାତ୍ର ସର୍ତ୍ତ ଏହାର।


ପ୍ରେମ ନୁହେଁ ପାପ ଏହା ଏକ ଶୀତଳ ଝରଣା

ବହି ଯାଏ ଇଚ୍ଛା ମତେ ନୀତି ନିୟମ କିଛି ମାନେନା।

ତେଣୁ ପ୍ରେମକୁ ନ ରୋକି ତାକୁ ବୋହି ଯିବାକୁ ଦିଅ 

ସବୁଠି ବିରାଜୁ ସାଜି ଏକ ଅମୃତ ଜ୍ଯୋତି ବଳୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance