STORYMIRROR

Sambit Srikumar

Romance Classics Inspirational

3  

Sambit Srikumar

Romance Classics Inspirational

ବିଚ୍ଛେଦ

ବିଚ୍ଛେଦ

1 min
116


ଯା' ନୟନୁ ମୋର ଲାଗି ଝରୁଥିଲା

ଅବାରିତ ଲୋତକର ଧାର

ମୋତେ ଦେଖି ଅଭିମାନେ

ଲୁଚାଇଲା ସିଏ ମୁଖ ଆପଣାର !


ଯା' ଓଷ୍ଠରୁ ଦିନେ ବର୍ଷୁଥିଲା

ଉଷ୍ମ ଚୁମ୍ୱନର ମଧୁ

ସିଏ ମୋତେ ତ୍ଯଜି ଚାଲିଗଲା

ସାଜି ଆନର ନବ ବଧୂ !


ଯା' ହସ୍ତରେ ଲେଖାଥିଲା

ଶରଧାରେ ନାମ ମୋର

ସିଏ ମୋ ଦେହେ ଲେପିଦେଲା

ଅଲିଭା ଦାଗ ଦୁର୍ନାମର !


ଯା' ହୃଦୟେ ଥିଲା ଯତନେ

ସାଇତା ଜଳଛବି ମୋର

ସିଏ ମୋତେ ସ୍ବାର୍ଥ ସିଦ୍ଧି

ଅନ୍ତେ କରିଦେଲା ଦୂର !


ଜାଣିବାକୁ ଥରେ ହେଲେ

ଦେଲା ନାହିଁ କିବା ଦୋଷ ମୋର

ନୀରବରେ ସିଏ ଗଲା ଚାଲି

ହାତ ଧରି ଆନ ପୁରୁଷର !


ତା' ବିରହ ବେଦନା ଜ୍ୱାଳାରେ

ମୁହିଁ ଜଳି ମରେ କ୍ଷଣ କ୍ଷଣ

ମନର ନିଭୃତ କୋଣରେ

ଶବ୍ଦ ତୋଳେ ତା' କର କଙ୍କଣ !



Rate this content
Log in

Similar oriya poem from Romance