କାବ୍ୟ ନାୟିକା
କାବ୍ୟ ନାୟିକା
ପଦେ କଥା କହି ମନ ନିଅ ମୋହି
କି ଗୁଣ ଗାଇବି ଆଜି
ଥୋକାଏ ସ୍ନେହକୁ ପାନ କରି ମୁହିଁ
ଆନନ୍ଦରେ ଗଲି ଭିଜି ।
ପ୍ରଭାତେ ଗାୟନ ଉଠ ଗୋ ସଜନୀ
ସିନ୍ଦୂରା ଫାଟିଲା ଆସି
ସରୋବରେ ଯାଅ ହଳଦୀମୁଖୀ ଗୋ
ଗୋରା ତନୁ ହେବ ଘଷି ।
ଦିନ ସାତଟାରେ ଆଗୋ ପ୍ରିୟତମା
ବଦନ ଦିଶଇ ନାହିଁ
ଗଣ୍ଡାଏ ପଖାଳ ବାଢି ଦିଅ ରାଣୀ
ଖେତକୁ ଯିବି ଲୋ ମୁହିଁ ।
ମଧ୍ୟାହ୍ନ ଭୋଜନ ପୂର୍ବରୁ ଗୋ ପ୍ରିୟ
ଅପୂର୍ବ ସେ ଚାରୁ ବାଣୀ
ଆସ ଗୋ ସୁମୁଖୀ ମୋ କାବ୍ୟ ନାୟିକା
>
ଆମ ଘର କମଳିନୀ ।
ତୁଳସୀ ମୂଳରେ ସଂଧ୍ୟା ବତୀ ଜାଳି
ଯେବେ ଆସେ ଅନ୍ତଃପୁରେ
ପ୍ରୀତି ଝରା କଣ୍ଠେ ବାଜେଣା ବାଜୁଛି
ପ୍ରଫୁଲ୍ଲ ପୀରତି ସ୍ବରେ ।
ତୁମ ଭାବ ଦେଖି କ୍ରୋଧ ଅଙ୍କୁରିତ
କେମିତି କା ସ୍ବାମୀ ତୁମେ
ସାରା ଦିନ ମୁହିଁ କିପରି ଖଟୁଛି
ଭାବିଲ ନାହିଁ ତ ମନେ ।
ସୁଆଗ ଭାଷାରେ ହୃଦୟ କିଣିବ
ନଜାଣି ମରମ କଥା
ପ୍ରିୟତମ ଭାଷା କଟୁକ୍ତି ଯେସନେ
ପ୍ରାଣେ ଉପୁଯାଏ ବ୍ୟଥା ।