ଶ୍ରାବଣୀ
ଶ୍ରାବଣୀ
ମନେପଡ଼େ ମୋତେ ଖୁବ୍ ମନେପଡେ
ଅତୀତର ଏକ ଗାଥା,
ଥିଲା ଦିନେ ଜଣେ ଅତି ଆପଣାର
କହୁଥିଲା ହସି କଥା ।
ହସୁଥିଲା ସିଏ ଖିଲି ଖିଲି ହୋଇ
ମିଠା ଝରଥିଲା ମୁହୁଁ,
ସୁବାଷ ରେ ତାର ଆକର୍ଷିତ ମୁହିଁ
ମତୁଆଲା ଚାହୁଁ ଚାହୁଁ ।
ଗଭାରେ ତାହାର ନାନାଜାତି ଫୁଲ
ପିନ୍ଧି ଥିଲା ହାର ଗୁନ୍ଥି,
ଶୀତଳ ସମୀର ଛୁଇଁ ଯାଇ ତାକୁ
ଗେଲ କରୁଥିଲା ନିତି ।
ଝରଝର ହୋଇ କୁଳୁକୁଳୁ ନାଦେ
ଗାଉଥିଲା ସିଏ ଗୀତ,
ମଧୁର ରାଗିଣୀ ମାୟାବିନୀ ସେ ତ
ଚୋରୀ କରୁଥିଲା ଚିତ୍ତ ।
ସିରିସିରି ବାଆ ଛୁଇଁ ଯାଉଥିଲା
ଶୀତଳ ଆଷ୍ଳେଶ ତା'ର
ମନ୍
ଦମନ୍ଦ ହୋଇ ଲାଜକୁଳୀ ହସେ
କୋଳାକୋଳି ଦିହେଁ ପ୍ରାୟ ।
ଛୁଆଁ ଯେ ତାହାର ମାଦକତା ଭରା
ମନ ନେଉଥିଲା ଟାଣି,
ବଳିଷ୍ଠ ବାହୁର ବନ୍ଧନରେ ତାର
ରଚିଲା କେତେ କାହାଣୀ ।
କୋଳରେ ମୋ ପାଇଁ ରଖିଥିଲା କେତେ
ଟିକି ଟିକି ସ୍ନେହ ଭାର,
ପଲକେ ତାହାର ହଜି ଯାଉଥିଲି
ବାଟ ଥିଲା ଗନ୍ତବ୍ୟ ର ।
ସେ ଶୀତଳ ସ୍ପର୍ଶ ପରଶର ମଣି
ପିତ୍ତଳ ବି ସୁନା ହୁଏ,
କେମିତି ଭୁଲିବି ସେ ଅଭୁଲା ପୀରତି
ମୋହର ଶ୍ରାବଣୀ ସିଏ ।
ପାରୁନି ଜମାରୁ ଭୁଲି ମୁଁ ତାହାକୁ
ଯେତେ ଦୁରେ ଥାଏ ମୁହିଁ,
ଅଧର୍ଯ୍ୟ ହୋଇଣ ବାୟାଣୀ ସାଜି ମୁଁ
ଖୋଜୁଛି ସାନିଧ୍ୟ ପାଇଁ ।