Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susmita Patel

Others

3.5  

Susmita Patel

Others

ନୂଆଁ ବର୍ଷ

ନୂଆଁ ବର୍ଷ

1 min
170



ସିନ୍ଦୁରାର ପେଟଚିରି ଉଇଁ ଆସୁଥିବା କିଛି ଆଶା 

ସୂର୍ଯ୍ୟ ଚାରିପଟେ ପରିକ୍ରମଣ କରୁଥିବା

କିଛି ଧ୍ୟାନମଗ୍ନ ଆକାଂକ୍ଷା

ଆଉ

ନୀଳ ଗଗନରେ ଦୋଦୁଲ୍ୟମାନ କିଛି ଇପ୍ସିତ ମାନଙ୍କର

ନିର୍ଦ୍ଦେଶନା ର ସମଷ୍ଟି ରେ

ତାର ଆଗମନ ।


ନୂଆଁ ଏକ ଉଦ୍ଦୀପନାକୁ ଆଖି ସାମ୍ନାରେ ରଖି

କିଛି ନୂଆ କରିବାର ଜିଦ୍

ତାର ଜନ୍ମ ଜାତକ ।

 

ସତରେ

ସବୁ କିଛି କ'ଣ ସହଜରେ ଏମିତି ଶେଷ ହୋଇଯାଏ

କିଛି ତ ବାକି ରହେ

କିଛି ଲୁଚକିଳି ଖେଳି

ଆଖି ଆଢୁଆଳରେ

ଏମିତି ରହି ଯାଉଥାଏ

କାହାର ଅପେକ୍ଷାର ମୂକ ସାକ୍ଷୀ ହୋଇ ।


Rate this content
Log in