STORYMIRROR

Susmita patel

Others

3  

Susmita patel

Others

କାଗଜ ଡଙ୍ଗା

କାଗଜ ଡଙ୍ଗା

1 min
200


ଆଖିରେ ଆଖିଏ ସ୍ଵପ୍ନ ନେଇ

ମୁଁ ଠିଆ ହୋଇଥିଲି ବିଚ୍ ରାସ୍ତାରେ

ରାସ୍ତା ସାରା ପାଣିର ତାଣ୍ଡବ

କାଗଜ ଡଙ୍ଗାରେ ମୁଁ ପାଦ ଥାପିଥିଲି ଏଥର ।


ଏଥର ସ୍ଵପ୍ନରେ କେବଳ ମୁଁ ନ ଥିଲି

ସେଠାରେ ଥିଲା ବାପାଙ୍କର ଝାଳୁଆ ଦେହର ବାସ୍ନା

ମା'ର ପଣତର ବନ୍ଧାଥିବା

ମୋର ଶୈଶବରୁ ଆଜି ପର୍ଯ୍ୟନ୍ତ ଥିବା ସବୁ ସମ୍ଭାବନା

ଏବଂ ମୋ ଅପେକ୍ଷାରେ ଥିବା ଶହଶହ 

ନିରୀହ ଉଦ୍ଦୀପନା ।


ହେଲେ କାଗଜ ଡଙ୍ଗାରେ

କେ ପାରି ହୋଇପାରେ ଉଛୁଳା ନଈ

ଏ ତ କେବଳ ସମ୍ମୋହିତ କରିପାରେ

ଗାଁ ଦାଣ୍ଡ ପାଣି ସୁଅରେ ଭସାଣୀ ।


Rate this content
Log in