ତୁ
ତୁ
ତୋ ଅଗଣାରେ
ମୋ ବାଷ୍ପୀଭୂତ ଆକାଂକ୍ଷା ସବୁକୁ
ନାଉକରି ଆକାଶକୁ ଚାହିଁଥିବା ବେଳେ
ତୋ ପଣତରୁ
ଥପ୍ ଥପ୍ ହୋଇ ନିଗିଡିପଡୁଥିବା
କେଇବୁନ୍ଦା ଝାଲରେ
ପୁରାପୁରି ଝାଳେଇ ଯାଇଥିଲା ସମୟ
ତା ସହିତ ମୁଁ ବି ।
କାନ୍ଥଘଣ୍ଟାର ଟିକ୍ ଟିକ୍ ଶବ୍ଦରୁ
ତୁ ଓହଳି ଆସି କହୁଥିଲୁ
ହେଇ ଦେଖ୍
ମୁଁ ଅଛି ମାନେ
ତୋ ସମ୍ଭାବନା କେଉଠି ରୂପନେଉଛି
ମେଘ ପରି ।
