ବାତ୍ସଲ୍ୟର ଧ୍ଵଂସସ୍ତୁପ
ବାତ୍ସଲ୍ୟର ଧ୍ଵଂସସ୍ତୁପ
ମନ ଅଗଣାର ଘନ କାନନରେ
ମଳୟ ଆସି କି ବହେ,
ଅପାସୋରା ସ୍ମୁତି ଧୂଳି ମୟ ହୋଇ
କାନେ ଚୁପି ଚୁପି କହେ ।
ଧୂଳି ଝାଡୁଝାଡୁ ଗୋଟିଗୋଟି ପୃଷ୍ଠା
ତନ୍ନ ତନ୍ନ ଆଖି ଦିଶେ,
ଅଧା ପନ୍ନା ଉଇ ଚରି ସାରିଲାଣି
ଅଧା ଉକୁଟିକି ଆସେ ।
ମାଧୁରୀ ମାଧୁର୍ୟ୍ୟ ମନ୍ଦମନ୍ଦ ବହେ
ଜଳନ୍ତା ନିଆଁର ଦୁର୍ଗେ,
ସରଳ,ଜଟିଳ ବୁଝା ପଡୁପଡୁ
ହଜେ ମୁଁ ଅତୀତ ମାର୍ଗେ ।
କଂସା, ପିତଳକୁ ମିଶାଇ,ମିଶାଇ
ନୂଆଁ ରୂପେ ଅବତରି,
ବାସ୍ନାୟିତ ରାତ୍ରୀ ଫୁଲର ମହକେ
ବାସ୍ନାୟିତ ରୂପ ଧରି ।
କୋମଳ ହାତରେ ଆକାଂକ୍ଷାର ସୌଧ
କ୍ୟାତାୟିନୀ ହସ୍ତ ଧାରେ,
ଛିନ୍ ଭିନ୍ ହୁଏ ସପନର ତାଜ୍
କିମ୍ଭୁତ କିମାକାରେ ।
ମନ ଗାଡିଆର ପଣ୍ଡୁରିକ ଫୁଲେ
ଭୂଜଙ୍ଗମ ଅଡିବସେ,
କୁଞ୍ଜବନ କାନ୍ଦେ ଶ୍ୟାମ ବିରହରେ
ଦୁଃଖର ବହଳାନ୍ଧାରେ ।
ବାକ୍ୟାଂଶ ତୁମର ଉପବାକ ସାଜି
ମହୋଦଧି କୂଳ ଖାଏ
ନିଆଁପିଇ ପିଇ ବଞଚିଛି ଏଯାବତ୍
କୁତ୍ରୀମ ସଂସାର ଦାୟେ ।
ସଂସାର ପ୍ରୀତିର ଛଳନା ସୁଅରେ
ବରପତ୍ର ପରି ଭାସେ ,
ଆଗେଇଛି ମୁହିଁ ଚିକ୍ ମିକ୍ଅନ୍ଧାରେ
ପୁଞ୍ଜିଭୂତ ଯନ୍ତ୍ରଣା ସେ ।
ଅଦୃଶ ପାଦକୁ ଅପେକ୍ଷା କରିଛି
ଗ୍ରାହସ୍ତ୍ୟ ମାଳାକୁ ଧରି,
କାଳେ ବାତ୍ସ୍ୟଲର ଧ୍ଵଂସସ୍ତୁପରୁ
ଉକୁଟି ଆସିବ ବୋଲି ।