Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susmita Patel

Others

4.8  

Susmita Patel

Others

ଆଶା

ଆଶା

1 min
223



ଚାରିଆଡେ ହାହାକାର୍ ଭିତରେ 

ସମ୍ଭାବନାର ଧାରେ ଆଲୁଅ ନେଇ

ଅଳସ ଭାଙ୍ଗୁଛି ସକାଳ 

କେବେ ତ

ଶେଷଦୃଶ୍ୟ ସହ

ତା'ର ସମାପନର ବୀଜମନ୍ତ୍ର ରେ

ପୁଣି ଥରେ ପଲ୍ଲବୀ ଉଠିବ

ମୃତବତ୍ ଜୀବନ ।


ଆରମ୍ଭର ଶେଷ

ଏହା ତ ନିୟତିର ନିର୍ଦ୍ଦେଶ ।


ଆକାଶ, ପୃଥିବୀ,ତାରା, ସୂର୍ଯ୍ୟ,ଜହ୍ନକୁ ନେଇ

ଗର୍ବ କରୁଥିବା ପୃଥିବୀ

ଏବେ ରୁଗ୍ଣ

ଛିନ୍ନ ଅବୟବକୁ ସାହାରା ଦେଉଦେଉ

ଦୋହଳି ଯାଉଛି ମେରୁଦଣ୍ଡ 

ତଥାପି 

ଆଶା ଓ ଆଶ୍ବସନାର ଏକମାତ୍ର ବିନ୍ଦୁ ରେ

ଥାପି ଦେଇଛି ତା ଦି' ପାଦ 

ବିନ୍ଦୁ, ବିନ୍ଦୁ ର ସମଷ୍ଟି ହିଁ ଯଥେଷ୍ଟ 

ଯେହେତୁ 

ତା ପରେ ତ ପୃଥିବୀର ନବକଳେବର 

ଇତିହାସ ର ନୂଆଁ ଏକ ଫର୍ଦ୍ଦ 

ସଂଘର୍ଷ ର ଅନ୍ତ

ବିଜୟର ବିଜୟା ଦଶମୀ ପର୍ବ ।


Rate this content
Log in