ପଥର ମଣିଷ
ପଥର ମଣିଷ
ପରାଧୀନତାର ଜଞ୍ଜିର ଭିତରେ ବନ୍ଧା ପଡ଼ି
ଯଦି ଜଣେ କହେ,
ମୁଁ ସ୍ୱାଧୀନ .....
ସେ ସ୍ବାଧୀନତା ର ଅର୍ଥ କ'ଣ ?
ଭାରୀ ନିଶ୍ୱାସ ତଳେ
ଅସରନ୍ତି କ୍ଷଣ ଭଙ୍ଗୁର ଆଶା କୁ
ନିଜ ହାତରେ ହତ୍ୟା କରି
ଯଦି ଜଣେ କହେ ମୁଁ ସୁଖୀ
ସେ ଖୁସି ର ଅର୍ଥ କ'ଣ ?
ସଂସାର କୁ ଜାବୁଡ଼ି ଧରିଥିବା
ଜୀବନ ଟେ
କବାଟ ଫାଙ୍କ ଭିତର ଦେଇ
ଆତଯାତ କରୁଥିବା ପବନ ଗତିର
ବାହ୍ୟବସ୍ଥା କୁ ଯଦି ନିରୂପଣ କରେ
ଜଳବାୟୁ ର ସାନ୍ଦ୍ରତା କ'ଣ
ସେତିକି ରେ ସୀମିତ ଥାଏ ?
ଝରକା ରେଲିଂ ର ପଛରେ ରହି
ବାହାର ଦୁନିଆ କୁ ଦେଖି
ଶୃଙ୍ଖଳିତ ଜୀବନ ଟେ ଖୋଜୁଥିବା ମନ
କେବଳ ନିଜକୁ ଅନ୍ୟ ସହ
ତୁଳନା ହିଁ କରେ
ଯାହାର ଅର୍ଥ କିଛି ବି ନଥାଏ ।
ନିଜ ପେଟ ଭୋକ କୁ ମାରି
ସମସ୍ତ ଙ୍କୁ ଖାଦ୍ୟ ପରଷୁ ଥିବା ଜୀବନ
ଅର୍ଦ୍ଧ ରାତ୍ରୀ ରେ ନିଶାଗ୍ରସ୍ଥ ଜଗତ ଭିତରେ
ଶେଷ ବିଛଣା ରେ ଶୁଏ ପୁଣି
ସବୁଠୁ ପ୍ରଥମେ ଉଠିବା ସର୍ତ୍ତ ରେ ।
ସମାଜ ଆଗରେ ସେ ଖୁବ ସୁଖୀ ସତ
ହେଲେ ନିଜ ଭାବନା ରେ ନୁହେଁ ,
ଅନ୍ୟର ଖୁସିରେ ଦୀପ ଜାଳୁଥିବା ମନକୁ
କିଏ କ'ଣ ସହଜେ ବୁଝିପାରେ..?
କିଏ କେବେ ତାକୁ କ'ଣ ପଚାରେ
ତୋ ଯନ୍ତ୍ର ଚାଳିତ ଜୀବନରେ
ଶାରୀରିକ ଯନ୍ତ୍ରଣା ଅଛି କି ନାହିଁ ?
ଅଦେଖା ବ୍ୟଥା ର ମର୍ମ ବେଦନା କୁ
କିଏ ଅବା ବୁଝେ ।
କିଛି ସହିବାର ଧୈର୍ଯ୍ୟ ରେ
ସଂସାର ଯାକର ଦୋଷ ଲଦିଦିଆ ଯାଏ
ତା' ମୁଣ୍ଡ ଉପରେ
ଯଦି ବି ସେ ନିର୍ଦୋଷ ଥାଏ ।
ଅନ୍ୟ ଇଛାର ଦାସତ୍ୱ ତଳେ
ସମର୍ପିତ ଜୀବନର ଯାତନା ଯେ କେତେ
ନା ସେ କାହାକୁ କହିପାରେ,
ନା ତାକୁ କେହି ବୁଝି ପାରନ୍ତି।
ଦାୟିତ୍ୱ ର ବୋଝ ତଳେ
କେତେବେଳେ ଯେ ତା'ହୃଦୟ
ପଥର ହୋଇ ଯାଏ
ସେ ନିଜେ ହିଁ ଜାଣିପାରେନା ।
ଭାରାକ୍ରାନ୍ତ ମନ
ନିଜ ସ୍ବାଧୀନତା ର ଠିକଣା ଟେ
ଖୋଜୁ ଖୋଜୁ
ନିଜ ପାଇଁ ନିର୍ବିକାରେ ହସେ ।
ନିଜ ଅସ୍ଥିତ୍ଵ ର ସଂଜ୍ଞା ଟିଏ
ଚୁପି ଚୁପି ନୀରବରେ କହେ
ତୁ ପଥର ହୋଇ ସାରିଛୁ
ସ୍ବାଧୀନତା ର ଅଙ୍କୁଶ ଭିତରେ ।
