STORYMIRROR

Prabhati Mahapatra

Romance Tragedy

3  

Prabhati Mahapatra

Romance Tragedy

ପ୍ରୀତି ଚୋରା ବାଲି

ପ୍ରୀତି ଚୋରା ବାଲି

1 min
268

ଜ୍ୟୋତ୍ସ୍ନାମୟ ରାତି ଆନନ୍ଦରେ ମାତି

ଘରୁ କାଢିଲି ମୁଁ ପାଦ

ପ୍ରେମିକାଟି ମୋର ଅପେକ୍ଷାରେ ଥିବ

କାଢି ପାଉଁଜିର ଶଦ୍ଦ । 

ଶାନ୍ତ ଆବରଣେ ନଦୀ ବହୁ ଥିବ

କୁଳୁକୁଳୁ ଗୀତ ଗାଇ

ଝରି ପଡୁ ଥିବ ଶିତଳ କିରଣ

ମୋ ପ୍ରିୟା ପଣତ ଛୁଇଁ ।

ଶୁଭ୍ର ବସନରେ ଢାଙ୍କି ଥିଲା ସତେ

ନଦୀର ପଠାର ଯେତେ 

ସଂଶୟ ବଢିଲା ନେତ୍ର ମଣି ଛୁଇଁ

ପରୀ ଇଶାରା କି ମୋତେ ।

ଈପ୍ସା ଖେଳି ଗଲା ହୃଦୟ କନ୍ଦରେ

ଧିରେ ହୁଏ ଅଗ୍ରସର 

ପରାଣ ଈରାଣ ଈଷ୍ଟକୁ ସ୍ମରଣ

ଗ୍ରାସିଲା ଘନ ଅନ୍ଧାର ।

ଯେଉଁ ଭାବନାକୁ ସାଥି କରି ଥିଲି

ସେତ ଏକ ସୁପ୍ତ ନଈ

ସୁପ୍ରତୀକ ଯାର ସୁପ୍ରଭାର ହାର

ତାକୁ ପାରୁ ନାହିଁ ଛୁଇଁ ।

ହାତ ପାହାଁତାରୁ ଖସି ଯାଉ ଥାଏ

ପ୍ରୀତି ପଶରାକୁ ଧରି

ଯେହ୍ନେ ବାଲି ସ୍ତର କୌମୁଦୀ ଶୋଭାରେ

ଚୋରା ବାଲି ଥିଲା ପାରି ।

ନିକଟକୁ ଯାଇ ବୋଲେ ମୁଖ ଚାହିଁ

କାହିଁ ପାଇଁ ଏତେ ଛଳ 

ଉତ୍ତର ଦେଲା ସେ  ଆଉ କାହା ପାଇଁ

ମନ ତା ହୁଏ ବିକଳ

ଧନ୍ୟ ତୁ ପ୍ରମିିିକା  ବନାଇଲୁ ବୋକା

ମୋ ପରି ଅବୋଧ ନାହିଁ

ଛଳନାମୟୀ ଲୋ  ତୋ ପାଦେ ଜୁହାର

କୀର୍ତ୍ତି ଅରଜିଲୁ ତୁହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance