STORYMIRROR

Samita Swain

Romance

4  

Samita Swain

Romance

ପ୍ରେମର ପରିଭାଷା

ପ୍ରେମର ପରିଭାଷା

1 min
311

ଜୀବନ ମରୁରେ ପ୍ରୀତି ଅନୁରାଗ

ପ୍ରେମର ପରିଭାଷା ରେ

ମନର ମଣିଷ ପ୍ରିୟତମ ସାଜି

ଆସେ ସପନ ସହରେ।


ନିଜର ଠିକଣା ହଜିଯାଏ କାହିଁ 

ପୁନେଇଁ ଜହ୍ନ ରାତିରେ

ଭଲପାଇବାଟା ଅନ୍ଧ କରିଦିଏ

ଦୁନିଆ ରଙ୍ଗମଞ୍ଚରେ।


ମେଘକନ୍ଯା ସାଜି ନୀଳ ଆକାଶରେ

ଛନ୍ଦମୟୀ ରାଜଜେମା

ପ୍ରଣୟ ଡୋରିରେ ମନ ବନ୍ଧା ଦେଇ

ଲଙ୍ଘିଯାଏ ସବୁ ସୀମା।


ଶାଶ୍ବତ ପ୍ରେମର ସ୍ବର୍ଗୀୟ ଗାରିମା 

ସ୍ବାର୍ଥ ପାଇଁ ହୁଏ ହାନୀ 

ସପନ ରାଇଜ ରାଜ କୁମାରଟି

ନୁହେଁ ସେ' ପ୍ରେମରେ ଧନୀ।


ପାନ୍ଥଶାଳାର ପଥିକଟେ ପରି 

ନିଜବାଟ ବାଛିନେଇ

କାମନା ନିଆଁରେ ଜାଳିପୋଡିଦେଇ

ଛାଡି ଯାଏ ବେଳାଭୂଇଁ।


ପ୍ରୀତିର ପ୍ରବାଳ ସ୍ବପ୍ନ ଶତଦଳ

ଜୀବନର ସାତ ସୁରେ 

ଝରିଯାଏ କେବେ ଝରାଫୁଲପରି

ମିଛପ୍ରେମ ନାଟକରେ।


ପ୍ରେମ ମାଗେ ନାହିଁ ପ୍ରତିଦାନ କେବେ

ଜୀବନର ଚଲାପଥେ

ପବିତ୍ର ପ୍ରେମରେ ଖୁସିର ଝଲକ

ଦିଶେ ସାଥି ମନସାଥେ।


ମୋତି ମାଣିକଠୁ ଶ୍ରେଷ୍ଠ ସଂପଦସେ

ବର୍ଣ୍ଣିଳ ପ୍ରେମର ଛିଟା

ଭଗ୍ନ କୋଣାର୍କର ଶତ ଶୃଙ୍ଗାରରେ

ଫଗୁଣର ବାସ୍ନା ମିଠା।


ପ୍ରେମର ଗଜଲ କରେ ହଲଚଲ୍

ରୁଣୁ ଝୁଣୁ ସୁର ତୋଳି

ବିଭୋର ବେଳାରେ ମନକୁ ଝୁମାଏ

ସତେ ଆକାଶେ ବିଜୁଳି ।


ପ୍ରେମର ଶୋଷରେ ପିଆସୀ ମନଟା

ପିରତୀ ତୁଠକୁ ଧାଏଁ 

ସପନ ଦୋଳିରେ ମିଳନ ମଦିରା

ନିତି ଓଠ ଛୁଇଁଯାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance