ପ୍ରେମର ଭଗ୍ନ କୋଣାର୍କ
ପ୍ରେମର ଭଗ୍ନ କୋଣାର୍କ
ପ୍ରେମର ଆରମ୍ଭ ଥିଲା ମଧୁମୟ
ଚିରସ୍ରୋତା ସ୍ରୋତସ୍ବିନୀ
ତରତର ହୋଇ ବହି ଯାଉଥିଲା
ସାଗର ସଂଗମ ପାଇଁ ||
କାହୁଁ କିଏ ଆସି ବାନ୍ଧି ଦେଇଗଲା
ନଦୀବନ୍ଧ ଅଜାଣତେ
ଅଧାବାଟେ ପ୍ରେମ ବାଟ ବଣା ହୋଇ
ଚାଲି ଗଲା ଅନ୍ୟ ପଥେ ||
ଭାବିଥିଲି କେତେ ମିଶି ତୁମ ସାଥେ
ଗଢି ପ୍ରେମର କୋଣାର୍କ
ତୁମର ନରମ ଉଷୁମ ବକ୍ଷରେ
ଆଶ୍ରା ନେବି ଜୀବଯାକ ||
ଗଢିଲ ସଂପର୍କ ପ୍ରୀତିର କୋଣାର୍କ
ବୁହାଇ ପ୍ରୀତି ନିର୍ଝର
କାମଦେବ ଆସି ତୁମକୁ ସତେ କି
&nb
sp; ମାରିଦେଲେ ଫୁଲଶର ||
ଯାହାର ପ୍ରଭାବେ ରୂପସୀ ପ୍ରେମରେ
ହୋଇଲ ପାଗଳ ତୁମେ
ମୋର ହାତ ଛାଡି ତା ହାତ ଧରିଲ
ଏକା ମୋତେ କଲ ତୁମେ ||
ତଥାପି ମନରେ ତୁମରି ପ୍ରେମର
ଭଗ୍ନ କୋଣାର୍କର ପାଶେ
ବସି ନିତି ମୁହିଁ ଲୁହ ଗଡାଇବି
ଫେରି ପାଇବାର ଆଶେ ||
ଧ୍ବସ୍ତ ହୋଇଲେ ବି ସେ ପ୍ରେମ କୋଣାର୍କ
ହୃଦେ ସଦା ତୁମେ ଥିବ
ସେ ଭଗ୍ନ କୋଣାର୍କ ମୁଖଶାଳା ଦେହେ
ତୁମ ପ୍ରେମ ଦିଶୁଥିବ ||